ବନ୍ଧୁକ ଦେଖାଇ ଲୁଟିନେଲେ ଅଳଙ୍କାର ଓ ଟଙ୍କା : ଗଞ୍ଜାମ ଜିଲ୍ଲା ବୁଗୁଡା ଥାନା କର୍ସିଙ୍ଗା ଗାଁର ନିଶାକର ପ୍ରଧାନଙ୍କ ଘରୁ ଲୁଟ୍ ଅଭିଯୋଗ

107

କନକ ବ୍ୟୁରୋ : ବନ୍ଧୁକ ଦେଖାଇ ଲୁଟିନେଲେ ସୁନା ଓ ନଗଦ ଟଙ୍କା ଲୁଟିଦେଲେ ଦୁର୍ବୃତ୍ତ । ଘଟଣା ଘଟିଛି ଗଂଜାମ ଜିଲ୍ଲା ବୁଗୁଡ଼ା ଥାନା ଅଂଚଳରେ । କର୍ସିଙ୍ଗ ଗାଁର ନିଶାକର ପ୍ରଧାନଙ୍କ ଘରୁ ଲୁଟ ହୋଇଥିବା ଅଭିଯୋଗ ହୋଇଛି । ଏତଲା ଅନୁସାରେ ମଧ୍ୟାହ୍ନରେ ଜଣେ ଦୁର୍ବୃତ୍ତ ପିଇବା ପାଇଁ ପାଣି ମାଗିଥିଲେ । ପାଣି ବୋତଲ ବଢ଼ାଇବା ବେଳେ ତା’ ପଛରେ ଲୁଚି ରହିଥିବା ୩ ଜଣ ଦୁର୍ବୃତ ଧକ୍କା ଦେଇ ଘର ଭିତରକୁ ଜବରଦସ୍ତ ପଶିଥିଲେ ।

ପରିବାର ଲୋକ ପାଟି କରିବାରୁ ସେମାନଙ୍କୁ ମାଡ ମାରିବା ସହ ବନ୍ଧୁକ ଦେଖାଇ ଧମକାଇ ଥିଲେ । ମହିଳାମାନେ ପିନ୍ଧିଥିବା ଗହଣାଠାରୁ ଆରମ୍ଭ କରି ଆଲମିରା ଭାଙ୍ଗି ସୁନା ଅଳଙ୍କାର ଲୁଟି ନେଇଛନ୍ତି ଦୁର୍ବୃତ୍ତ । ଲୁଟ ହୋଇଥିବା ସୁନା ଗହଣାର ମୂଲ୍ୟ ପ୍ରାୟ ୭ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ଏହା ସହ ଘରେ ଥିବା ନଗଦ ୧୦ ହଜାର ଟଙ୍କା ମଧ୍ୟ ନେଇ ଯାଇଛନ୍ତି ଲୁଟେରା । ଲୁଟ ପରେ ଦୁଇଟି ବାଇକରେ ସେମାନେ ଫେରାର ହୋଇ ଯାଇଛନ୍ତି । ବୁଗୁଡ଼ା ଥାନା ଅଧିକାରୀ ଚିତରଂଜନ ବେହେରା ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି ।