ସଟଡାଉନରେ କଟକରେ ଚାଞ୍ଚଲ୍ୟ: ଶଗଡିଆ ସାହିରୁ ଟେକିନେଲେ ପ୍ରାୟ ୪୦ ଲକ୍ଷର ଅଳଙ୍କାର; ବାହାରୁ କବାଟ ବନ୍ଦ କରି ସବୁ ଲୁଟିନେଲେ ଦୁର୍ବୃତ୍ତ

562

କନକ ବ୍ୟୁରୋ: ସଟଡାଉନରେ କଟକରେ ମାତିଲେ ଲୁଟେରା ଚୋର । ମଙ୍ଗଳବାଗ ଶଗଡିଆ ସାହିରେ ଶନିବାର ରାତିରେ ଲୁଟେରା ପ୍ରାୟ ୪୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଛନ୍ତି । ପରିବାର ଲୋକେ ଶୋଇଥିବାବେଳେ କବାଟ ବାହାରପଟୁ ବନ୍ଦ କରି ଲୁଟେରା ଏହି କାଣ୍ଡ କରିଛନ୍ତି । ଘଟଣାରେ ମଙ୍ଗଳବାଗ ଥାନା ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇଛି । ଏତେ ବଡ ଲୁଟ ଘଟଣା ପରେ ପୁଲିସର ପାଟ୍ରୋଲିଂ ନେଇ ବି ପ୍ରଶ୍ନ ଉଠିଛି ।

ଖବର ଅନୁସାରେ, ରାଣୀହାଟ ଶଗଡିଆ ସାହିର ମନୋଜ କୁମାର ସାହୁଙ୍କ ପରିବାର ଶନିବାର ରାତି ୧୨ ଟାରେ ଶୋଇବାକୁ ଯାଇଥିଲେ । ପରଦିନ ସକାଳେ ମନୋଜଙ୍କ ଉଉଣୀ ଘରେ ଚୋରି ହୋଇଥିବା ଜାଣିବାକୁ ପାଇଥିଲେ । ଲୁଟେରାମାନେ ଘରକୁ ବାହାରପଟୁ ବନ୍ଦ କରି ସୁନା ଅଳଙ୍କାର ଭର୍ତି ଟିଣବାକ୍ସକୁ ଟେକି ନେଇଥିଲେ । ଚୋରି ଜିନିଷ ମଧ୍ୟରେ ଠାକୁରଙ୍କ ମୁକୁଟ ଓ ମୂର୍ତି ରହିଛି । ଚୋରି ଅଳଙ୍କାର ଓ ଟଙ୍କାର ଆନୁମାନିକ ମୂଲ୍ୟ ୪୦ ଲକ୍ଷରୁ ଅଧିକ ହେବ ବୋଲି ଆକଳନ କରାଯାଉଛି । ଗତ ଜାନୁଆରୀରେ ମଧ୍ୟର ମନୋଜଙ୍କ ଘରୁ ୪୦ ଭରି ଓଜନର ସୁନା ଅଳଙ୍କାର ଚୋରି ହୋଇଥିଲା । ତେଣୁ ଘଟଣାକୁ ପୁଲିସ ଗୁରୁତର ସହ ନେଇଛି । ଘଟଣା ପରେ ସନ୍ଦିଗ୍ଧ ସମ୍ପର୍କୀୟ ଗାଏବ ହୋଇଯାଇଛି ।