କନକ ବ୍ୟୁରୋ: ଜାରି ରହିଛି ମତଗଣତି ପ୍ରକ୍ରିୟା । ଦିନ ବଢିବା ସହ ରାଜ୍ୟରେ ଜାରି ରହିଛି ମତଗଣନା । ତେବେ ତାଜା ଟ୍ରେଣ୍ଡ କହୁଛି କି , ବିଧାନସଭା ଭଳି ଲୋକସଭା ଆସନରେ ବି ବିରୋଧୀଙ୍କଠାରୁ ଆଗୁଆ ରହିଛି ଶାସକ ଦଳ ତଥା ବିଜୁ ଜନତା ଦଳ । ଜାଣନ୍ତୁ କେଉଁ ଲୋକସଭା ଆସନରେ କେଉଁ ଦଳକୁ ମିଳିଛି କେତେ ଭୋଟ ଏବଂ କେଉଁ ପ୍ରାର୍ଥୀ ପାଇଛନ୍ତି କେତେ ଜନମତ ।

Advertisment

ଭୁବନେଶ୍ୱର ଲୋକସଭା ଆସନ : ବିଜେପି ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ୧୦୭୦୪ ଭୋଟରେ ବିଜେଡି ପ୍ରାର୍ଥୀ ଅରୂପ ପଟ୍ଟନାୟକଙ୍କ ଠାରୁ ଆଗୁଆ

କେନ୍ଦ୍ରାପଡ଼ା ଲୋକସଭା ଆସନ : ଅନୁଭବ ମହାନ୍ତି ( ବିଜେଡ଼ି ପ୍ରାର୍ଥୀ ) ବନାମ୍ ବୈଜୟନ୍ତ ପଣ୍ଡା ( ବିଜେପି ପ୍ରାର୍ଥୀ ), ବିଜେଡ଼ି ପ୍ରାର୍ଥୀ ୩୩ ହଜାର ୪୫୭ ଭୋଟରେ ଆଗୁଆ

ଢ଼େଙ୍କାନାଳ ଲୋକସଭା ଆସନ : ମହେଶ ସାହୁ ( ବିଜେଡ଼ି ପ୍ରାର୍ଥୀ ) ବନାମ୍ ରୁଦ୍ର ନାରାୟଣ ପାଣି (ବିଜେପି ପ୍ରାର୍ଥୀ , ବିଜେଡ଼ି ପ୍ରାର୍ଥୀ ୭୭୯୬ ଭୋଟରେ ଆଗୁଆ

ଯାଜପୁର ଲୋକସଭା ଆସନ : ଶର୍ମିଷ୍ଠା ସେଠୀ ( ବିଜେଡ଼ି ପ୍ରାର୍ଥୀ ) ବନାମ ଅମୀୟ ମଲ୍ଲିକ, ବିଜେଡ଼ି ପ୍ରାର୍ଥୀ ୫୮, ୧୧୧ ଭୋଟ୍ ବ୍ୟବଧାନରେ ଆଗୁଆ

କଟକ ଲୋକସଭା ଆସନ : ବିଜେଡିି ପ୍ରାର୍ଥୀ ଭର୍ତ୍ତୃହରି ମହତାବ ୨୦୭୩୪ ଭୋଟରେ ବିଜେପି ପ୍ରାର୍ଥୀ ପ୍ରକାଶ ମିଶ୍ରଙ୍କ ଠାରୁ ଆଗୁଆ

କନ୍ଧମାଳ ଲୋକସଭା ଆସନ : ଅଚ୍ୟୁତ ସାମନ୍ତ ( ବିଜେଡ଼ି ପ୍ରାର୍ଥୀ) ଖାରବେଳ ସ୍ୱାଇଁ ବନାମ୍ (ବିଜେପି ପ୍ରାର୍ଥୀ), ବିଜେଡ଼ି ପ୍ରାର୍ଥୀ ୩୫,୯୯୦ ଭୋଟ୍ ବ୍ୟବଧାନରେ ଆଗୁଆ

ନବରଙ୍ଗପୁର ଲୋକସଭା ଆସନ : ରମେଶ ମାଝୀ ( ବିଜେଡ଼ି ପ୍ରାର୍ଥୀ ) ବନାମ ପ୍ରଦୀପ ମାଝୀ ( କଂଗ୍ରେସ) , ୪୨,୦୯୮ ବ୍ୟବଧାନରେ ବିଜେଡ଼ି ପ୍ରାର୍ଥୀ ଆଗୁଆ

ବ୍ରହ୍ମପୁର ଲୋକସଭା ଆସନ : ଚନ୍ଦ୍ରଶେଖର ସାହୁ (ବିଜେଡ଼ି ପ୍ରାର୍ଥୀ ) ବନାମ ଭୃଗୁ ବକ୍ସିପାତ୍ର (ବିଜେପି ପ୍ରାର୍ଥୀ ), ୩୭୨୪୨ ବ୍ୟବଧାନରେ ବିଜେଡ଼ି ପ୍ରାର୍ଥୀ ଆଗୁଆ

ଆସ୍କା ଲୋକସଭା ଆସନ: ପ୍ରମିଳା ବିଷୋୟୀ (ବିଜେଡି ପ୍ରାର୍ଥୀ) ୭୩୪୫୪ ଭୋଟରେ ବିଜେପି ପ୍ରାର୍ଥୀ ଅନୀତା ଶୁଭଦର୍ଶିନୀଙ୍କ ଠାରୁ ଆଗୁଆ

ବାଲେଶ୍ୱର ଲୋକସଭା ଆସନ: ବାଲେଶ୍ୱରରେ ବିଜେଡି ପ୍ରାର୍ଥୀ ରବୀନ୍ଦ୍ର ଜେନା ୩୫୩୭ ଭୋଟରେ ବିଜେପି ପ୍ରାର୍ଥୀ ପ୍ରତାପ ଷଡଙ୍ଗୀଙ୍କ ଠାରୁ ଆଗୁଆ

ପୁରୀ ଲୋକସଭା ଆସନ: ପୁରୀରେ ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ର ୨୯୪୨ ଭୋଟରେ ବିଜେଡି ପ୍ରାର୍ଥୀ ପିନାକୀ ମିଶ୍ରଙ୍କ ଠାରୁ ଆଗୁଆ

ବରଗଡ ଲୋକସଭା ଆସନ: ବରଗଡରେ ବିଜେପି ପ୍ରାର୍ଥୀ ସୁରେଶ ପୂଜାରୀ ୧୭୦୯୦ ଭୋଟରେ ବିଜେଡି ପ୍ରାର୍ଥୀ ପ୍ରସନ୍ନ ଆଚାର‌୍ୟ୍ୟଙ୍କ ଠାରୁ ଆଗୁଆ

ସମ୍ବଲପୁର ଲୋକସଭା ଆସନ: ସମ୍ବଲପୁରରେ ବିଜେପି ପ୍ରାର୍ଥୀ ନୀତିଶ ଗଙ୍ଗଦେବ ୬୦୦୩ ଭୋଟରେ ଭୋଟରେ ବିଜେଡି ପ୍ରାର୍ଥୀ ନଳିନୀକାନ୍ତ ପ୍ରଧାନଙ୍କ ଠାରୁ ଆଗୁଆ

ବଲାଙ୍ଗୀର ଲୋକସଭା ଆସନ: ବିଜେପି ପ୍ରାର୍ଥୀ ସଙ୍ଗୀତା ସିଂହଦେଓ ୧୧୬୫୨ ଭୋଟରେ ବିଜେଡି ପ୍ରାର୍ଥୀ କଳିକେଶ ନାରାୟଣ ସିଂହଦେଓଙ୍କ ଠାରୁ ଆଗୁଆ

ମୟୁରଭଞ୍ଜ ଲୋକସଭା ଆସନ : ବିଜେଡ଼ି ପ୍ରାର୍ଥୀ ଦେବାଶିଷ ମାରାଣ୍ଡି ବନାମ ବିଜେପି ପ୍ରାର୍ଥୀ ବିଶ୍ୱେଶ୍ୱର ଟୁଡ଼ୁ, ୨,୯୫୭ ଭୋଟରେ ବିଜେଡ଼ି ପ୍ରାର୍ଥୀ ଆଗୁଆ