ଓବିସି ସଂରକ୍ଷଣ ନେଇ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତି । ରାଜ୍ୟ ଗୁଡିକୁ ମିଳିବ ଓବିସି ତାଲିକା ପ୍ରସ୍ତୁତ କରିବା ଅଧିକାର, ଲୋକସଭାରେ ୧୨୭ ତମ ସମ୍ବିଧାନ ସଂଶୋଧନ ବିଲ ପାସ ।

244

କନକ ବ୍ୟୁରୋ : ଓବିସି ସଂରକ୍ଷଣ ନେଇ କେନ୍ଦ୍ର ସରକାର ଆଜି ଏକ ବଡ ନିଷ୍ପତି ନେଇଛନ୍ତି । ଲୋକସଭାରେ ଆଜି ଏ ସମ୍ପର୍କିତ ୧୨୭ ତମ ସମ୍ବିଧାନ ସଂଶୋଧନ ବିଲ ପାସ ହୋଇଛି । ଏହାଦ୍ୱାରା ପଛୁଆ ବର୍ଗଙ୍କୁ ଲାଭ ମିଳିବ । ବିଲ ସପକ୍ଷରେ ୩୮୫ ଭୋଟ ପଡିଥିବାବେଳେ ବିଲକୁ କେହି ବିରୋଧ କରିନଥିଲେ । କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ବିଲ ପାସ ହେବା ଫଳରେ ରାଜ୍ୟ ସରକାରଗୁଡିକୁ ଓବିସି ତାଲିକା ପ୍ରସ୍ତୁତ କରିବା ପାଇଁ ଅଧିକାର ମିଳିଯିବ । ଏହା ହୋଇପାରିଲେ ମରାଠା ଓ ଅନ୍ୟ ସମୁଦାୟର ସଂରକ୍ଷଣ ନେଇ ରାଜ୍ୟ ସରକାର ଗୁଡିକ ନିଷ୍ପତି ନେଇପାରିବେ ।

କଂଗ୍ରେସ ସମେତ ବିଭିନ୍ନ ବିରୋଧୀ ଦଳ ବିଲକୁ ସମର୍ଥନ କରିଥିଲେ । ଏହାସହ ବିରୋଧୀ ଦଳଗୁଡିକ ସଂରକ୍ଷଣର ସୀମା ୫୦ ପ୍ରତିଶତରୁ ଅଧିକ କରିବାକୁ ଲୋକସଭାରେ ଦାବି କରିଥିଲେ । ଆଜି କେନ୍ଦ୍ର ସରକାର ବିଲ ସମ୍ପର୍କରେ ନିଜ ପକ୍ଷ ରଖୁଥିବା ବେଳେ ବିରୋଧୀ ହଙ୍ଗାମା କରିନଥିଲେ. ଯାହା ପାର୍ଲାମେଣ୍ଟର ଚଳିତ ଅଧିବେଶନରେ ପ୍ରଥମ ଥର ପାଇଁ ଦେଖାଯାଇଥିଲା ।