କନକ ବ୍ୟୁରୋ: ସଂସଦର ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନର ଆଜି ଦ୍ୱିତୀୟ ସପ୍ତାହ । ହେଲେ ସଂସଦର ଉଭୟ ଗୃହରେ ଆଜି ବିରୋଧୀଙ୍କ ହଙ୍ଗାମା ଦେଖିବାକୁ ମିଳିଛି । ବିରୋଧୀ ଦଳମାନେ ସଂସଦର ଉଭୟ ଗୃହରେ ହଙ୍ଗାମା କରିବା ପରେ ଉଭୟ ଗୃହର ସଭାପତି ଦିନ ୨ଟା ପର୍ଯ୍ୟନ୍ତ ଉଭୟ ଲୋକସଭା ଓ ରାଜ୍ୟସଭାକୁ ମୁଲତବି କରିଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ତେବେ ଆଜି ସଂସଦର କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ବିରୋଧୀ ଦଳମାନେ ବୈଠକ କରିଥିଲେ । ଏହି ବୈଠକରେ ସବୁ ବିରୋଧୀ ଦଳ ଅଦାନୀ ମାମଲାରେ ଯାଞ୍ଚ ପାଇଁ ଜେପିସି ଗଠନ ଦାବି କରିଥିଲେ । ତେବେ ଏହାସହିତ ରାହୁଲ ଗାନ୍ଧୀଙ୍କ ଘରକୁ ପୋଲିସ ପଠାଇବା ଓ ରାହୁଲଙ୍କ ଲଣ୍ଡନ ଅଭିଭାଷଣକୁ ନେଇ କଥା ରଖିବାକୁ ଏହି ବୈଠକରେ ବିରୋଧୀ ଦାବି କରିଥିଲେ ।
#WATCH | Lok Sabha adjourned till 2 pm today after Opposition MPs raised slogans in Lok Sabha demanding a JPC inquiry into the Adani Group issue. pic.twitter.com/D8z6G15sjt
— ANI (@ANI) March 20, 2023
ସୂଚନାଯୋଗ୍ୟ ଯେ, ଆଜିର ଏହି ବିରୋଧୀ ଦଳ ବୈଠକରୁ ଟିଏମସି ଦୂରେଇ ରହିଛି । ମମତାଙ୍କ କୌଣସି ସାଂସଦ ଏହି ବୈଠକରେ ସାମିଲ ହୋଇନାହାଁନ୍ତି । ଜାଣିରଖିବା ଉଚିତ୍ ଯେ, ଏହା ପୂର୍ବରୁ ବଜେଟ୍ ଅଧିବେଶନର ପ୍ରଥମ ପର୍ଯ୍ୟାୟରେ ମଧ୍ୟ ବିରୋଧୀ ଓ ଶାସକ ମୁହାଁମୁହିଁ ହେବା ଦେଖିବାକୁ ମିଳିଥିଲା । ରାହୁଲ ଗାନ୍ଧୀଙ୍କ ଲଣ୍ଡନ ଭାଷଣ ଓ ଅଦାନୀ ପ୍ରସଙ୍ଗକୁ ନେଇ ଗୃହରେ ଲଗାତାର ହଟ୍ଟଗୋଳ ଦେଖିବାକୁ ମିଳିଥିଲା । ଯେଉଁ କାରଣରୁ ଉଭୟ ସଦନକୁ ମାର୍ଚ୍ଚ ୨୦ ତାରିଖ ପର୍ଯ୍ୟନ୍ତ ସ୍ଥଗିତ କରିଦିଆଯାଇଥିଲା ।
ସଂସଦ ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନର ଦ୍ୱିତୀୟ ସପ୍ତାହ ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ରାହୁଲ ଗାନ୍ଧୀଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ପୋଲିସ ପହଞ୍ଚିଥିଲା । ଜାନୁଆରୀ ୩୦ ତାରିଖ ଭାରତ ଯୋଡ ଯାତ୍ରାର ଶେଷ ଦିନରେ ରାହୁଲ ଏକ ବୟାନ ରଖିଥିଲେ । ଯେଉଁଥିରେ ସେ ଶ୍ରୀନଗରର ଦୁଷ୍କର୍ମ ପୀଡିତଙ୍କୁ ନେଇ ମତ ରଖିଥିଲେ । ଏହି ସମ୍ଭନ୍ଧରେ ପଚରାଉଚୁରା ପାଇଁ ଗତକାଲି ରାହୁଲଙ୍କ ଘରେ ପହଞ୍ଚିଥିଲା ପୋଲିସ । ଯାହାର ତାତି ଆଜି ସଂସଦରେ ମଧ୍ୟ ଦେଖିବାକୁ ମିଳିଛି ।