ପେଗାସସ ଗୁଇନ୍ଦାଗିରିକୁ ନେଇ ସଂସଦରେ ଝଡ : ସୋମବାର ଯାଏଁ ସଂସଦର ଉଭୟଗୃହ ମୁଲତବୀ

119

କନକ ବ୍ୟୁରୋ : ପେଗାସସ୍ ପ୍ରସଙ୍ଗ, କୃଷି ଆଇନ ଓ ଅନ୍ୟାନ୍ୟ ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ପ୍ରବଳ ହଟ୍ଟଗୋଳ କରିବାରୁ ସୋମବାର ଯାଏଁ ସଂସଦର ଉଭୟ ସଦନକୁ ମୁଲତବୀ ରଖାଯାଇଛି । ଲୋକସଭାରେ ଗତକାଲି ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ କଂଗ୍ରେସ, ଟିଏମସି ଓ ଅନ୍ୟ ବିରୋଧୀ ଦଳ ସଦସ୍ୟମାନେ ପେଗାସସ୍ ଗୁଇନ୍ଦା ପ୍ରସଙ୍ଗରେ ହଟ୍ଟଗୋଳ କରିଥିଲେ । ବିଚାର ବିଭାଗ ତଦନ୍ତ ଜାବି କରି ବାଚସ୍ପତିଙ୍କ ଆସନ ନିକଟକୁ ଯାଇ ହୋହଲ୍ଲା କରିଥିଲେ ।

ବିରୋଧୀ ସଦସ୍ୟମାନେ ପ୍ଲାକାର୍ଡ ପ୍ରଦର୍ଶନ କରି ନାରାବାଜି କରିଥିଲେ । ବିରୋଧୀଙ୍କ ହଙ୍ଗାମା ଯୋଗୁଁ ଲୋକସଭାକୁ ସୋମବାର ଯାଏଁ ମୁତଲବୀ ଘୋଷଣା କରାଯାଇଛି । ସେପଟେ ରାଜ୍ୟସଭାରେ ମଧ୍ୟ ବିରୋଧୀ ଦଳ ପେଗାସସ୍ ପ୍ରସଙ୍ଗ ଉଠାଇ ପ୍ରତିବାଦ କରିଛନ୍ତି । ଟିଏମସି ସାଂସଦ ଶାନ୍ତନୁ ସେନଙ୍କୁ ସଂସଦର ଅବଶିଷ୍ଟ କାର୍ଯ୍ୟଦିବସରୁ ନିଲମ୍ବିତ କରାଯାଇଥିବାରୁ ବିରୋଧ କରିଥିଲେ । ଗୃହକାର୍ଯ୍ୟ ବାରମ୍ବାର ବାଧାପ୍ରାପ୍ତ ହେବାରୁ ସୋମବାର ଯାଏଁ ମୁଲତବୀ ଘୋଷଣା କରିଛନ୍ତି ରାଜ୍ୟସଭା ଉପଧ୍ୟକ୍ଷ ।