ଓଡିଶା ଠାରୁ ମାତ୍ର ୫୦୦କିମି ଦୂରରେ ପଙ୍ଗପାଳ । ରାଜ୍ୟକୁ ଆସିବାର ଆଶଙ୍କା ଥିବାର ପ୍ରତିଦିନ ମନିଟର ହେଉଛି ସ୍ଥିତି । ସମସ୍ତ ଜିଲ୍ଲାପାଳ ଓ ଅଗ୍ନିଶମ ବିଭାଗକୁ ସଜାଗ ରହିବାକୁ ନିର୍ଦ୍ଦେଶ । କୃଷି ନିର୍ଦ୍ଦେଶକ ଏମ.ମୁଥୁକୁମାରଙ୍କ ସୂଚନା ।

916

କନକ ବ୍ୟୁରୋ : ଓଡିଶା ଠାରୁ ୫୦୦କିମି ଦୂରରେ ଅଛନ୍ତି ପଙ୍ଗପାଳ । ଏବେ ପଙ୍ଗପାଳ ମଧ୍ୟପ୍ରଦେଶ ଓ ଛତିଶଗଡ ସୀମାନ୍ତ ଜଙ୍ଗଲରେ ଥିବା ନେଇ ସୂଚନା ମିଳଛି । ଓଡିଶା ଆସିବାର ଆଶଙ୍କା ଥିବାରୁ ପ୍ରତିଦିନ ସ୍ଥିତିକୁ ମନିଟର କରାଯାଉଛି । ସମସ୍ତ ଜିଲ୍ଲାପାଳ ଓ ଅଗ୍ନିଶମ ବିଭାଗକୁ ସଜାଗ ରହିବାକୁ କୁହାଯାଇଥିବା କହିଲେ କୃଷି ନିର୍ଦ୍ଦେଶକ ଏମ.ମୁଥୁକୁମାର। ସମ୍ଭାବ୍ୟ ପଙ୍ଗପାଳ ମୁକାବିଲା ପାଇଁ ଚାଲିଛି ମକ୍ ଡ୍ରିଲ । କଳ୍ପନା ଫାୟାର ଷ୍ଟେସନ ପଛ ପଟେ ଚାଲିଛି ମକ୍ ଡ୍ରିଲ । ମକ ଡ୍ରିଲ କରୁଛି ଅଗ୍ନିଶମ ବିଭାଗ କର୍ମଚାରୀ ।

ସେପଟେ ପଙ୍ଗପାଳର ଅନୁଭୂତି କଥା ବର୍ଣ୍ଣନା କରିଛନ୍ତି ସମ୍ବଲପୁର ବତେମୁଣ୍ଡାର ଜଣେ ୭୬ ବର୍ଷିୟ ବୃଦ୍ଧ ।  ୬୦  ବର୍ଷ ତଳେ  ପଙ୍ଗପାଳ ସମ୍ବଲପୁର ଆସି ବ୍ୟାପକ କ୍ଷୟକ୍ଷତି କରିଥିଲେ ଓ ଚରିଯାଇଥିଲେ ଫସଲ ।  ସେତେବେଳେ ପଙ୍ଗପାଳ ଧୂସର ରଙ୍ଗର  ଓ ଆକାଶୀ ରଙ୍ଗର ହୋଇଥଇବାବେଳେ  ଉଡି ଉଡି ଆସୁଥିଲେ  ଓ ଯେଉଁଠି ବସିଲେ  ଫସଲ ଖାଇଯାଉଥିଲେ ବେଲି କହିଛନ୍ତି ନିଜ ଆଖିରେ ଦେଖିଥିବା ସମ୍ବଲପୁରର ବୃଦ୍ଧ ।

ଅନ୍ୟପଟେ ପଙ୍ଗପାଳ ମୁକାବିଲା ପାଇଁ ପ୍ରସ୍ତୁତି ।  ସରକାରୀ ସ୍ତରରେ  ରାଜ୍ୟକୁ ୩ଟି ଜୋନରେ  ବିଭକ୍ତ କରାଯାଇଛି । ଅଗ୍ନିଶମ ଆଇଜି କହିଛନ୍ତି,   ପ୍ରତି ଜିଲ୍ଲା ସ୍ତରରେ  ଏକ କମିଟି ଗଠନ ପାଇଁ ଯୋଜନା କରାଯାଇଛି ।  ବଡ ବଡ ଗଛରେ  ଏବିଶେଷ ଧରଣର ରସାୟନ ସ୍ପ୍ରେ କରାଯିବ ପାଇଁ  ଯୋଜନା କରିଛି ଅଗ୍ନିଶମ ବିଭାଗ ।  ପଙ୍ଗପାଳ  ଏହି ସ୍ପେ ସଂସ୍ପର୍ଶରେ ଆସିରେ ଗତିପଥ ବଦଳାଇବାକୁ ବାଧ୍ୟ ହେବ  । ପ୍ରତି ବ୍ଲକରେ ଥିବା  ଅଗ୍ନିଶମ କେନ୍ଦ୍ରକୁ ହାଇଆଲର୍ଟରେ ରଖାଯାଇଛି ।