ମହାରାଷ୍ଟ୍ର ପରେ ସଂକ୍ରମଣ ରୋକିବାକୁ ଦିଲ୍ଲୀ ସରକାର ନେଇପାରନ୍ତି କଠୋର ପଦକ୍ଷେପ : ଉପରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଭିତରେ ଚାଲିଛି ଗୁରୁତ୍ୱପୂର୍ଣ୍ଣ ବୈଠକ

ସପ୍ତାହର ଶେଷ ଦୁଇ ଦିନ ହୋଇପାରେ ଲକଡାଉନ

133

କନକ ବ୍ୟୁରୋ : ମହାରାଷ୍ଟ୍ର ପରେ ସଂକ୍ରମଣ ରୋକିବାକୁ ଦିଲ୍ଲୀ ସରକାର ନେଇପାରନ୍ତି କଠୋର ପଦକ୍ଷପ । ଏନେଇ ଉପରାଜ୍ୟପାଳ ଅନିଲ ବୈଜଲ ଓ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଭିତରେ ଚାଲିଛି ଗୁରୁତ୍ୱପୂର୍ଣ୍ଣ ବୈଠକ । ଚର୍ଚ୍ଚା ହେଉଛି ସପ୍ତାହର ଶେଷ ଦୁଇ ଦିନ ହୋଇପାରେ ଲକଡାଉନ ।

ଗତ ୨୪ଘଂଟାରେ ୧୭ହଜାର ୨୮୨ନୂଆ ସଂକ୍ରମଣ ଓ ୧୦୪ଜଣଙ୍କ ମୃତ୍ୟୁ ହୋଇଛି । ତେବେ ଗତ କିଛି ଦିନ ହେଲା ଲଗାତର ଭାବେ ଦିଲ୍ଳୀରେ ଆକ୍ରାନ୍ତଙ୍କ ସଂଖ୍ରା ବଢିଚାଲିଛି । ୭ଲକ୍ଷ ୬୭ହଜାର ୪୩୮କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୫୦ହଜାର ୭୩୬ ରହିଛି । ସେହିପରି ଦିଲ୍ଲୀରେ ୧୧ହଜାର ୫୪୦ଜଣଙ୍କ କରୋନା ମୃତ୍ୟୁ ହେଲାଣି ।

Comments are closed.