ହାତୀ ପାଇଁ ବନକର୍ମଚାରୀ ଅଟକ : ଫସଲ ନଷ୍ଟ କରିବାରୁ ୮ ବନ କର୍ମଚାରୀଙ୍କୁ ଅଟକ ରଖିଲେ ଗ୍ରାମବାସୀ

67

କନକ ବ୍ୟୁରୋ : ହାତୀ ପାଇଁ ବନ କର୍ମଚାରୀ ଅଟକ । ବିଳମ୍ବିତ ରାତିରୁ ୮ ଜଣ ବନ କର୍ମଚାରୀଙ୍କୁ ଅଟକ ରଖିଛନ୍ତି ଗ୍ରାମବାସୀ । ଫରେଷ୍ଟରକୁ ବଦଳି ଦାବିରେ ଗାଁଲୋକେ ବନ କର୍ମଚାରୀଙ୍କୁ ଅଟକ ରଖିଥିବା ଜଣାପଡ଼ିଛି । ହାତୀ ପଲଙ୍କ ଉପଦ୍ରବରେ ଅତିଷ୍ଠ ହୋଇପଡ଼ିଲେଣି କରଞ୍ଜିଆ ଦୁଧିଆଣି ରେଞ୍ଜ ପୁରୁଣାଦେଓ ଗାଁର ଲୋକେ ।

ଫଳରେ ରାତିର ଆସିଥିବା ବନକର୍ମଚାରୀଙ୍କୁ ଅଟକ ରଖିଛନ୍ତି । ଯାହାକୁ ନେଇ ଗାଁରେ ଚାପା ଉତ୍ତେଜନା ଲାଗି ରହିଛି । ଅଟକ କର୍ମଚାରୀଙ୍କୁ ମୁକୁଳାଇବା ପାଇଁ ପଦକ୍ଷେପ ନିଆଯାଉଥିବା ଦୁଧିଆଣି ରେଞ୍ଜର ସୂଚନା ଦେଇଛନ୍ତି । ଦୁଧିଆଣି ରେଞ୍ଜର ବିଭିନ୍ନ ଜଙ୍ଗଲରେ ବର୍ତ୍ତମାନ ୨୮ଟି ହାତୀ ରହିଛନ୍ତି । ଗତ କିଛି ମାସ ହେବ ହାତୀପଲଙ୍କ ଉପଦ୍ରବ ଯୋଗୁ ୫ଟି ବ୍ଲକର ୧୦୦ରୁ ଅଧିକ ଗାଁର ଲୋକ ପ୍ରତିଦିନ ଆତଙ୍କିତ ଅବସ୍ଥାରେ ରହୁଛନ୍ତି ।