ସେପ୍ଟେମ୍ବର ପହିଲାରୁ ଖୋଲିବ ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର । କେବଳ ଦୁଇଟି ଡୋଜ୍ ଟିକା ନେଇଥିବା ଲୋକ କରିପାରିବେ ପ୍ରବେଶ ।

143

କନକ ବ୍ୟୁରୋ : ଆସନ୍ତା ସେପ୍ଟେମ୍ବର ୧ ତାରିଖ ଠାରୁ  ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିର ଖୋଲିବ। ମନ୍ଦିର ଭିତରେ ଏବଂ ପରିସରରେ ଶ୍ରଦ୍ଧାଳୁମାନେ କୋଭିଡ କଟକଣାକୁ ବାଧ୍ୟତାମୂଳକ ଭାବେ ପାଳନ କରିବେ।  କୋଭିଡ-୧୯ର  ଦୁଇଟି ଡୋଜ୍‌ ନେଇଥିବା ଭକ୍ତ କେବଳ ମନ୍ଦିର ଭିତରକୁ ପ୍ରବେଶ କରିପାରିବେ। କୋଭିଡ କଟକଣା କଡ଼ାକଡ଼ି କରିବାକୁ ପ୍ରଶାସନର ନିର୍ଦ୍ଦେଶ ହୋଇଛି। ଶ୍ରଦ୍ଧାଳୁମାନେ ଗର୍ଭଗୃହ ଭିତରକୁ ପ୍ରବେଶ କରିପାରିବେ ନାହିଁ।

ସୂଚନାଯୋଗ୍ୟ, ରାଜ୍ୟରେ ତଥା ଭୁବନେଶ୍ୱରରେ କରୋନା ସଂକ୍ରମଣ ପୂର୍ବାପେକ୍ଷା  ସାଧାରଣ ହୋଇଥିବାରୁ ପ୍ରଶାସନ ତରଫରୁ ଶ୍ରୀଲିଙ୍ଗରାଜ ମନ୍ଦିର ଖୋଲିବା ନେଇ ନିଷ୍ପତ୍ତି ହୋଇଛି। ଅଗଷ୍ଟ ମାସରେ ରାଜଧାନୀରେ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି। ଚଳିତ ମାସ ଶେଷ ବେଳକୁ ଭୁବନେଶ୍ୱରରେ କରୋନା ସଂକ୍ରମଣ ଅଧିକ ହ୍ରାସ ପାଇଥିବ ବୋଲି ଆଶା କରାଯାଉଛି।ଭୁବନେଶ୍ୱରରେ ଏପର୍ଯ୍ୟନ୍ତ ୧ ଲକ୍ଷ ୪ ହଜାର ୪୯୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରୁ ୧ ଲକ୍ଷ ୩୪୦ ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ୯୭୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ହଜାର ୧୫୩ ଜଣ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି।