ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ହେଲା ଶ୍ରୀ ଲିଙ୍ଗରାଜଙ୍କ ମନ୍ଦିର । ସେବାୟତ କୋଭିଡ୍ ପଜିଟିଭ୍ ଚିହ୍ନଟ ପରେ ନିଆଗଲା ନିଷ୍ପତ୍ତି ।

117

କନକ ବ୍ୟୁରୋ: ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ହେଲା ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ମନ୍ଦିର । କିଛି ସେବାୟତ କୋଭିଡ୍ ପଜିଟିଭ୍ ଚିହ୍ନଟ ହେବା ପରେ ଲୋକଙ୍କ ସୁରକ୍ଷାକୁ ଆଖି ଆଗରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି । ଅନିର୍ଦ୍ଦିଷ୍ଟ କାଳ ପାଇଁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିର ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ରହିବ ବୋଲି ବିଏମସି କମିଶନର ପ୍ରେମଚନ୍ଦ ଚୌଧୁରୀ ମଧ୍ୟ ସୂଚନା ଦେଇଛନ୍ତି ।

ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ପାଇଁ ସେବାୟତଙ୍କ କୋଭିଡ୍ ଟେଷ୍ଟ କରାଯାଉଥିଲା । ଏହି ସମୟରେ ଏକାଧିକ ସେବାୟତ କୋଭିଡ୍ ପଜିଟିଭ୍ ଥିବା ଜଣାପଡିଥିଲା । ଏହାପରେ ତୁରନ୍ତ ମନ୍ଦିରକୁ ବନ୍ଦ କରିବା ସହିତ ଆଗକୁ ଟେଷ୍ଟିଂ ଓ ଟ୍ରିଟମେଂଟ୍ ଜାରି ରହିବ ବୋଲି ବିଏମସି କମିଶନର କହିଛନ୍ତି । ତେବେ ସେବାୟତ କୋଭିଡ୍ ପଜିଟିଭ୍ ଚିହ୍ନଟ ହେଲେ ହେଁ ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ଚଳିତ ବର୍ଷ ଆୟୋଜିତ ହେବ । ବିଏସମି ଜାରି କରିଥିବା ନିର୍ଦ୍ଦେଶ ମୁତାବକ ରୁକୁଣା ରଥଯାତ୍ରା ଆୟୋଜିତ ହେବ ବାଲି କୁହାଯାଇଛି ।