ଏବେକା ସମୟରେ ଅଧିକାଂଶ ଲୋକ ଓଜନ କମାଇବାକୁ କିମ୍ବା ନିୟନ୍ତ୍ରଣ କରିବାକୁ ମନ ବଳାଉଛନ୍ତି । ଏଭଳି ସ୍ଥିତିରେ ଅନେକ ଲୋକେ ପ୍ରଥମେ ଖାଧ୍ୟପେୟ ଉପରେ ନିୟନ୍ତ୍ରଣ ରଖିବାକୁ ପରାମର୍ଶ ଦିଅନ୍ତି ।

ଖାଲି ସେତିକି ନୁହେଁ ଅଧିକାଂଶ ଲୋକ ଓଜନ ନିୟନ୍ତ୍ରଣ ପାଇଁ ଡାଏଟରେ ଫଳମୂଳ ସାମିଲ କରିବାକୁ ବି ପରାମର୍ଶ ଦିଅନ୍ତି । ତେବେ ଖାଦ୍ୟ ପାନୀୟ ନିୟନ୍ତ୍ରଣ କଥା କହିବା ଯେତେ ସହଜ ଏହାକୁ ଅନୁପାଳନ କରିବା ସେତିକି କଷ୍ଟକର ହୋଇଥାଏ ।

କେବେ ଚିନ୍ତା କରିଛନ୍ତି କି ବିନା ଡାଏଟରେ ଜଣେ ବ୍ୟକ୍ତି ନିଜ ଓଜନ ନିୟନ୍ତ୍ରଣ କରି ପାରିବେ । ତେବେ ଏଥିପାଇଁ ସ୍ୱାସ୍ଥ୍ୟକର ଖାଦ୍ୟ ପାନୀୟ ବିଷୟରେ ଜାଣିବା ଜରୁରୀ ହୋଇଯାଇଥାଏ । କ୍ୟାଲୋରୀ କଣ୍ଟ୍ରୋଲ ବିଷୟରେ ଜାଣିଗଲେ ଓଜନ କମାଇବା ମଧ୍ୟ ସହଜ ହୋଇଯାଏ ।

ଓଜନ ନିୟନ୍ତ୍ରଣ କରିବା ଆଳରେ ପେଟ ଖାଲି ରଖିଲେ ଶରୀର ଦୁର୍ବଳ ରହିବା ଆଶଙ୍କା ରହିଛି । ଏଣୁ ଦୈନନ୍ଦିନ ଜୀବନରେ ଆମେ କେଉଁ ଖାଦ୍ୟ ଗ୍ରହଣ କରନ୍ତି, ତାହାରି ଉପରେ ଶରୀର ନିର୍ଭର କରିଥାଏ ।

ପେଟ ଭରି ଖାଇବ ପରେ ମଧ୍ୟ ଜଣେ ବ୍ୟକ୍ତି ଓଜନ ନିୟନ୍ତ୍ରଣ କରି ପାରିବେ । ଏଥିପାଇଁ ଖାଦ୍ୟ ଚୟନର ସଠିକ ତରିକା ଜାଣିବା ଜରୁରୀ । ବାଦାମ ଏବଂ ମଞ୍ଜି ଜାତୀୟ ଖାଦ୍ୟରେ ଅଧିକ ମାତ୍ରାରେ ଫାଇବର ରହିଥାଏ । ଯାହା ପ୍ୟାଟ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ ।

ଏକ ସ୍ୱାସ୍ଥ୍ୟକର ଖାଦ୍ୟ ମଧ୍ୟରୁ ଏକ ଫଳ ହେଉଛି ଆଭାକାଡୋ । ଏଥିରେ ୨୫୦ରୁ ୩୦୦ କ୍ୟାଲୋରୀ ରହିଥାଏ । ଏହା ହୃଦୟ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇ ଥାଏ ।

ବ୍ରାଉନ ରାଇସ୍ ଭଳି ଖାଦ୍ୟରେ ଫାଇବର ସହ ସ୍ୱଳ୍ପ ମାତ୍ରାରେ ପ୍ରୋଟିନର ଉତ୍ସ ରହିଥାଏ । ପ୍ରତିଦିନ ଗୋଟିଏ ବ୍ରାଉନ ରାଇସ ଡାଏଟରେ ସାମିଲ କଲେ ଏଥିରୁ ୨୨୦ କ୍ୟାଲୋରୀ ମିଳିଥାଏ ।

ତେବେ ଏଭଳି ଖାଦ୍ୟ ଖାଇବା ଦ୍ୱାରା ଓଜନ ନିୟନ୍ତ୍ରଣ ଏକ ପ୍ରକାର ସହଜ ହୋଇଯାଇଥାଏ । ଓଜନ ନିୟନ୍ତ୍ରଣ ଆଳରେ ଭୋକିଲା ରହିଲେ ଶରୀର ଦୁର୍ବଳ ହେବାର ଆଶଙ୍କା ରହିଥାଏ । ଏହା ଓଜନ ନିୟନ୍ତ୍ରଣକୁ ମଧ୍ୟ ଧିମା କରିଥାଏ ।

ଏହି ତଥ୍ୟ କେବଳ ସାଧାରଣ ସୂଚନା ଉପରେ ଆଧାରିତ । କନକ ନ୍ୟୁଜ୍ ଏହି ତଥ୍ୟକୁ ନିଶ୍ଚିତ କରେନାହିଁ । କୌଣସି ପରାମର୍ଶ ପ୍ରୟୋଗ ପାଇଁ ବିଶେଷଜ୍ଞଙ୍କ ସହ ଯୋଗାଯୋଗ କରନ୍ତୁ ।