ଶୀତ ଋତୁରେ ଥଣ୍ଡା ପାଣିରେ ଗାଧୋଇବା ଠିକ୍ ନା ଭୁଲ ? ଶରୀର ପାଇଁ ଏହା କେତେ ଲାଭ ଦାୟକ,ଜାଣନ୍ତୁ....

Photo Credit : GOOGLE

ଥଣ୍ଡା ଦିନରେ ଅନେକ ଲୋକ ଖାଲି ଗରମ ଗରମ ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି ତା ନୁହେଁ ବରଂ ଉଷୁମ ପାଣିରେ ଗାଧୋଇବା ପାଇଁ ମଧ୍ୟ ଅନେକ ପସନ୍ଦ କରିଥାନ୍ତି ।

Photo Credit : GOOGLE

କୁହାଯାଏ ଯେ,ଉଷୁମ ପାଣିରେ ଗାଧେଇବା ଦ୍ୱାରା ଆଣ୍ଠୁ ଗଣ୍ଠି ଦରଜରୁ ଉପଷମ ମିଳେ । କିନ୍ତୁ ଆମ ଭିତରେ ଏପରି ଅନେକ ଲୋକ ଅଛନ୍ତି ଅତ୍ୟଧିକ ଶୀତରେ ମଧ୍ୟ ଥଣ୍ଡା ପାଣିରେ ଗାଧୋଇଥାନ୍ତି ।

Photo Credit : GOOGLE

ଥଣ୍ଡା ପାଣିରେ ଗାଧୋଇବା ପରେ ଶୀତର ଅନୁଭବ କମ୍ ହୁଏ ଏବଂ ଇମ୍ୟୁନିଟି ପାୱାର ମଜବୁତ ହୁଏ ।

Photo Credit : GOOGLE

ଶୀତ ଋତୁରେ ଥଣ୍ଡା ପାଣିରେ ଗାଧେଇବା ଦ୍ୱାରା ରକ୍ତ ସଂଞ୍ଚାଳନ ପ୍ରକ୍ରିୟା ଠିକ୍ ଭାବରେ ହୋଇଥାଏ । ରକ୍ତ ସଂଞ୍ଚାଳନ ଠିକ୍ ରହିବାର ଅର୍ଥ ଶରୀର ଫିଟ୍ ରହିବା ସହ ସ୍କିନ ମଧ୍ୟ ଗ୍ଲୋ କରିବ ।

Photo Credit : GOOGLE

ବିଶେଷଜ୍ଞଙ୍କ ଅନୁସାରେ ଥଣ୍ଡା ପାଣିରେ ଗାଧୋଇବା ଦ୍ୱାରା ମାନସୀକ ଶାନ୍ତି ମିଳେ । ଯେଉଁମାନେ ମାନସୀକ ଅବସାଦ ମଧ୍ୟରେ ଗତି କରୁଥିବେ ସେମାନଙ୍କ ପାଇଁ ଏହା ବହୁତ ଲାଭ ଦାୟକ ।

Photo Credit : GOOGLE

କିନ୍ତୁ ଯଦି ଆପଣ ଥଣ୍ଡା ପାଣିରେ ଗାଧୋଇବା ଦ୍ୱାରା ଥଣ୍ଡା କାଶର ଶିକାର ହେଉଛନ୍ତି ତେବେ ଡାକ୍ତରଙ୍କ ପରାମର୍ଶ ନିହାତି କରିବା ଆବଶ୍ୟକ ।

Photo Credit : GOOGLE