ଶରୀରକୁ ସୁସ୍ଥ ରଖେ ପାଚିଲା ଅମୃତ ଭଣ୍ଡା । ଗୋଟିଏ ମାସରେ ମିଳିବ ରେଜଲ୍ଟ !

ବର୍ଷ ସାରା ପାଚିଲା ଅମୃତ ଭଣ୍ଡା ମିଳିଥାଏ । ଏଥିରେ ଅନେକ ପ୍ରକାର ଆଣ୍ଟିଅକ୍ସିଡାଣ୍ଟ ରହିଥାଏ ଯାହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ । ଶରୀରକୁ ଏକ ଫ୍ରେସ ଫିଲିଂ ଦେଇଥାଏ ପାଚିଲା ଅମୃତ ଭଣ୍ଡା ।

ଏକ ଛୋଟିଆ ପାଚିଲା ଅମୃତ ଭଣ୍ଡାରେ ଶତ ପ୍ରତିଶତ ଭିଟାମିନ ସି ମିଳିଥାଏ । ଏହା ହୃଦୟ ରୋଗରୁ ଦୁରରେ ରଖିବା ସହ ଅନେକ ଫାଇଦା ଦେଇଥାଏ ।

ଖାଲି ସେତିକି ନୁହେଁ, ଏକ ପାଚିଲା ଅମୃତ ଭଣ୍ଡାରେ ଭିଟାମିନ ଏ, ଫାଇବର, କପର, ମାଗ୍ନେସିୟମ, ପୋଟାସିୟମ ଓ ପ୍ୟାଣ୍ଟେଥେନିକ ଏସିଡରେ ଭରପୁର ରହିଥାଏ ।

ଏକ ମିଡିଅମ ସାଇଜ ପାଚିଲା ଅମୃତ ଭଣ୍ଡାରେ ୧୧୯ କ୍ୟାଲୋରି, ୧.୩ ଗ୍ରାମ ପ୍ରୋଟିନ, ୧ ଗ୍ରାମରୁ କମ ଫ୍ୟାଟ, ୪.୭ ଗ୍ରାମ ଡାଇଟ୍ରି ଫାଇବର ଓ ୨୧.୫୮ ଗ୍ରାମ ସୁଗାର ରହିଥାଏ ।

ଫାଇବର ଥିବା ଯୋଗୁଁ ଅମୃତ ଭଣ୍ଡା ଖାଇଲେ କୋଷ୍ଠକାଠିନ୍ୟ ସମସ୍ୟାରୁ ବି ମୁକ୍ତି ମିଳିଥାଏ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ମତ ଦିଅନ୍ତି । ଖାଦ୍ୟ ଖାଇବା ପରେ ପାଚିଲା ଅମୃତ ଭଣ୍ଡା ଖାଇଲେ ସୁଗାର ଲେଭଲ ନିୟନ୍ତ୍ରିତ ରହିଥାଏ । ଏଣୁ ମଧୁମେହ ରୋଗୀ ମଧ୍ୟ ଏହି ଫଳ ଖାଇ ପାରିବେ ।

ଓଜନ ନିୟନ୍ତ୍ରଣ କରିବାକୁ ଚାହୁଁଥିଲେ ଖାଇବାର ଦୁଇ ଘଣ୍ଟା ପୂର୍ବରୁ ପାଚିଲା ଅମୃତ ଭଣ୍ଡା ଖାଇବାକୁ ପରାମର୍ଶ ଦିଅନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ । କାରଣ ଏହାଫଳରେ ପାଚନତନ୍ତ୍ର ସକ୍ରିୟ ରହିଥାଏ ଓ ଓଜନ କମ କରିବାରେ ସହାୟକ ମିଳିଥାଏ ।

ପ୍ରତିଦିନ ପାଚିଲା ଅମୃତ ଭଣ୍ଡା ଖାଇବା ଦ୍ୱାରା ଶରୀରରେ ସକରାତ୍ମକ କୋଲେଷ୍ଟ୍ରଲ ଲେଭଲ ବୃଦ୍ଧି ପାଇଥାଏ । ସ୍କିନ୍ ଟୋନ ଉପରେ ଏହାର ପ୍ରଭାବ ରହୁଥିବାରୁ ଏହ ସ୍କିନ ଏଜିଂକୁ ରୋକିଥାଏ ।

ଏହି ତଥ୍ୟ କେବଳ ସାଧାରଣ ସୂଚନା ଉପରେ ଆଧାରିତ । କନକ ନ୍ୟୁଜ ଏହି ତଥ୍ୟକୁ ନିଶ୍ଚିତ କରେନାହିଁ । କୌଣସି ପ୍ରୟୋଗ ଓ ପରାମର୍ଶ ପାଇଁ ବିଶେଷଜ୍ଞଙ୍କ ସହ ଯୋଗାଯୋଗ କରନ୍ତୁ ।