ନିଜ ପିଲାଙ୍କୁ ସ୍ମାର୍ଟ ବନେଇବାକୁ ଚାହୁଁଛନ୍ତି କି ? ଆପଣାନ୍ତୁ ଏହି ଉପାୟ

80

NBT-imageନିକଟରେ ହୋଇଥିବା ଏକ ଗବେଷଣାରୁ ଏହି ତଥ୍ୟ ସାମ୍ନାକୁ ଆସିଛି ଯେ, ସାଧାରଣତଃ ପ୍ଲେ ସ୍କୁଲକୁ ଯିବା ପୂର୍ବରୁ ପିଲାଙ୍କ ବୁଦ୍ଧି ପୁରା ପ୍ରଖର ହୋଇଥାଏ । ସେମାନଙ୍କ ସ୍ମୃତି ଶକ୍ତି ଓ ଶିଖିବାର କ୍ଷମତା ପୁରା ବିକଶିତ ହୋଇଯାଇଥାଏ । ଏବେ କୈାଣସି ପିଲା କେତେ କ୍ଷମତାବାନ୍ ବା ପ୍ରଖର ବୁଦ୍ଧି ସଂପନ୍ନ ଏହା ତାର ଲାଳନପାଳନ ଉପରେ ନିର୍ଭର କରେ ବୋଲି ଜଣାଯାଇଛି । ଆଉ ଏହା ଶିଶୁଟିର ପରିବାରର ଦାୟିତ୍ୱ ଉପରେ ନିର୍ଭର କରେ ।

smart-child-learningଅନୁସନ୍ଧାନରୁ ଜଣାପଡିଛି କୈାଣସି ପିଲାର ଶିଖିବାର କ୍ଷମତା କେମିତି ହେବ ବା ଆଗକୁ ସେ ବୈାଦ୍ଧିକ ସ୍ତରରେ କେମିତି ପ୍ରଗତି କରିବ ବା ଏହାର ଲାଳନପାଳନ ଆରମ୍ଭର ୪ ବର୍ଷ ଉପରେ ନିର୍ଭର କରିଥାଏ । କୈାଣସି ନୂଆ ଜିନିଷ ବିଷୟରେ ଶିଖିବା ପାଇଁ ପିଲାଙ୍କ ବ୍ରେନ୍ ୨ରୁ୪ ବର୍ଷ ବୟସରେ ବିକଶିତ ହୋଇଥାଏ । ଏହି ବୟସରେ ଶିଶୁଟି ପୁରୁଣା ଜିନିଷକୁ ତୁରନ୍ତ ଭୁଲି ଯାଏ । ଏହି ବୟସ ପରେ ଆଉ ଯାହା ସବୁ ଶିଖେ ଓ ଜାଣେ ସବୁ ମନେରଖିଥାଏ ।

Math lessonୟୁଏସର ନ୍ୟୁୟର୍କ ୟୁନିଭର୍ସିଟିର ପ୍ରଫେସର କ୍ରେଷ୍ଟିନା ଏଲବେରିନାଙ୍କ ଅନୁସାରେ ‘୨ରୁ ୪ ବର୍ଷ ବୟସ ମଧ୍ୟରେ ଯଦି ଶିଶୁକୁ ହେଲଥ ବ୍ରେନ ଏକ୍ଟିଭେସନ ମିଳିଥାଏ ତ ଏହା ତାହା ପାଇଁ ବହୁତ ଭଲ ହୋଇଥାଏ । ଏହି ବୟସରେ ଶିଶୁ ପ୍ରି-ସ୍କୁଲ ଯିବା ଆରମ୍ଭ କରିଥାଏ । ଅର୍ଥାତ୍ ଶିଶୁକୁ ଘରେ ଏମିତି ମାହୋଲ ମିଳିବା ଉଚିତ୍ , ଯଦ୍ୱାରା ଏହାର ବ୍ରେନ୍ ଏକ୍ଟିଭେଟ୍ ହୋଇପାରିବ । ଏହା ନହେବା ସ୍ଥିତିରେ ଶିଶୁର ନ୍ୟୁରୋଲଜିକାଲ୍ ସିଷ୍ଟମ୍ ପୁରା ଭାବରେ ଡେଭେଲପ୍ ହୋଇପାରିନଥାଏ । ଯେଉଁଥିରେ ଏହାର ଶିଖିବା ଗୁଣ ପ୍ରଭାବିତ ହୋଇଥାଏ ।’ ଗବେଷକଙ୍କ କହିବା ହେଲା , ଯଦି ଏହି ସମୟରେ ଶିଶୁଙ୍କର ନୂଆ ନୂଆ ଜିନିଷ ବିଷୟରେ ଶିଖିବାକୁ ନେଇ ଧ୍ୟାନ ଦିଆଯାଏ , ତ ଭବିଷ୍ୟତରେ ସେମାନେ ଶିଖିବାର କ୍ଷମତା ବଢାଇପାରିବେ ଓ ସ୍ମୃତିଶକ୍ତି ପ୍ରଖର ହୋଇପାରିବ । ଭଲ ଲର୍ଣ୍ଣିଂ ଦକ୍ଷତା ପାଇଁ ବ୍ରେନର ନ୍ୟୁରୋଲଜିକଲ୍ ସିଷ୍ଟମକୁ ଉତ୍ତେଜନା ମିଳିବା ଜରୁରୀ ଅଟେ । ବ୍ରେନର ପ୍ରଖରତା ପାଇଁ ଓ ଉତ୍ତେଜନା ବା କ୍ରିୟାଶୀଳ କରିବା ପାଇଁ ଶିଶୁଙ୍କୁ କିଛି ଛୋଟ ଛୋଟ ଅଭ୍ୟାସ କରାଯାଇପାରିବ । ଆଉ ଏଥିରେ ଲର୍ଣ୍ଣିଂ ଗେମ୍ ମଧ୍ୟ ସାମିଲ୍ ହୋଇପାରିବ ।

child-developmentpiagetଏଣୁ ଆପଣ ଯଦି ଆପଣଙ୍କ ପିଲାକୁ ସ୍ମାର୍ଟ ଓ ପ୍ରଖର ବୁଦ୍ଧିବାନ କରିବାକୁ ଚାହୁଁଥାନ୍ତି , ତା’ହେଲେ ନିଜ ଘରେ କିଛି ଏମିତି ଅଭ୍ୟାସ କରାନ୍ତୁ , ଯାହା ପିଲାର ଡେଭେଲପମେଂଟରେ ସାହାଯ୍ୟ କରିବ । ଆଉ ପିଲାଟି ସ୍କୁଲ୍ ଯିବା ପୂର୍ବରୁ ଶିଖିବାର ଗୁଣକୁ ବିକଶିତ କରିପାରିଥିବ । ଯାହା ପିଲାର ଭବିଷ୍ୟତ ପାଇଁ ଖୁବ୍ ଫାଇଦାପୂର୍ଣ୍ଣ ହେବ । ଆଜିକାଲି ଦେଖାଯାଉଛି ଅନେକ ଅଭିଭାବକ କାର୍ଯ୍ୟ ବ୍ୟସ୍ତତା ଭିତରେ ଏସବୁକୁ ଅଣଦେଖା କରୁଛନ୍ତି । ନିଜର ଅଫିସ ଓ ବ୍ୟବସାୟ ଭିତରେ ସେ ନିଜ ପିଲାର ଦାୟିତ୍ୱ ଠିକରେ ନେଇପାରନ୍ତି ନାହିଁ । ଏଣୁ ଖାଲି ପିଲା ପାଇଁ ଅର୍ଥ ଖର୍ଚ୍ଚ କରିଦେଲେ କି ଭଲ ସ୍କୁଲରେ ଆଡମିଶନ କରାଇଦେଲେ ହେବନି । ଏହାସହ ପିଲାର ଯତ୍ନ ନେବାକୁ ନିଜକୁ ଟିକେ ତତ୍ପର ହେବାକୁ ପଡିବ । ( ସୌଜନ୍ୟ-ନବଭାରତ ଟାଇମ୍ସ)