ପୁରୁଷମାନଙ୍କ ଉତ୍ତମ ସ୍ୱାସ୍ଥ୍ୟ ପାଇଁ କିଛି ଗୁରୁତ୍ୱପୂର୍ଣ୍ଣ ଟିପ୍ସ

83

ଆଧୁନିକ ଜୀବନଶୈଳୀ ପୁରୁଷଙ୍କ ସ୍ୱାସ୍ଥ୍ୟ ପାଇଁ ନକରାତ୍ମକ ପ୍ରଭାବ ପକାଇଥାଏ । ଆଉ ଯଦି ଏହି ସମୟରେ ଆପଣ ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ନଦେବେ ତେବେ ଆପଣଙ୍କୁ ଭବିଷ୍ୟତରେ କୌଣସି ନା କୌଣସି ରୋଗବ୍ୟାଧିର ସାମ୍ନା କରିବାକୁ ପଡିବ । ଏଥିପାଇଁ ପୁରୁଷମାନେ ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବା ଅତ୍ୟନ୍ତ ଜରୁରୀ ଅଟେ । ତେବେ ଆଜି ଆମେ ଆପଣଙ୍କୁ କିଛି ଉପାଦେୟ କଥା ସଂପର୍କରେ ଜଣାଇବୁ ଯାହା ଆପଣଙ୍କ ଜୀବନରେ ନିଶ୍ଚୟ ରୂପେ କାମରେ ଆସିବ ।

• ବିନା ଯୋଗ ବା ବ୍ୟାୟାମ ଆଦିରୁ ଦୂରେଇ ରହି ଯଦି ଆପଣ ସ୍ୱସ୍ଥ୍ୟ ରହିପାରିବେ ବୋଲି ଚିନ୍ତାକରୁଛନ୍ତି ତେବେ ଏହାଠୁ ବଡ ମୁର୍ଖତା ଭଳି କୌଣସି ବିଷୟ ନାହିଁ । କାରଣ ଯୋଗଭ୍ୟାସ ଦ୍ୱାରା ହିଁ ଆପଣ ଆପଣଙ୍କ ସ୍ୱାସ୍ଥ୍ୟକୁ ସୁରକ୍ଷିତ ରଖିପାରିବେ । ଏଥିପାଇଁ ଯଦି ଆପଣ ନିଜକୁ ସବୁଦିନ ପାଇଁ ସୁସ୍ଥ୍ୟ ରଖିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ଦୈନନ୍ଦିନ ଜୀବନରେ ଏହାକୁ ସାମିଲ କରନ୍ତୁ ।

• ସାଧାରଣତଃ ଖାଦ୍ୟରେ ଭଲ ଗୁଣକାରୀ ତେଲ ବ୍ୟବହାର କରିବା ଉଚିତ । ଖରାପ ତଥା ନିମ୍ନମାନର ତେଲ ବ୍ୟବହାର କରିବା ଦ୍ୱାରା ଏହାର ପ୍ରଭାବ ବିଶେଷ କରି ପୁରୁଷଙ୍କ ଉପରେ ପଡିଥାଏ । ତେବେ ରୋଷେଇ କରିବା ସମୟରେ ଏଥିପ୍ରତି ଧ୍ୟାନ ଦେବା ଜରୁରୀ ଅଟେ ।

• ଖାଇବା ସମୟରେ ଏକାସାଙ୍ଗରେ ରୁଟି ଓ ଭାତ ଖାଇବା ଅନୁଚିତ । ତେଲ ମସଲା ଜନିତ ଖାଦ୍ୟରୁ ସାଧାରଣତଃ ଦୂରେଇ ରହିବା ସ୍ୱାସ୍ଥ୍ୟ ପାଇଁ ଉପଯୁକ୍ତ ଅଟେ ।

• ଅତ୍ୟଧିକ ଜଙ୍କ ଫୁଡ୍ ସେବନ କରିବା ଦ୍ୱାରା ତାହା ପୁରୁଷଙ୍କ ଶୁକ୍ରାଣୁ ଉପରେ ପ୍ରଭାବ ପକାଇଥାଏ । ଯଦି ଆପଣ ଏହି ପ୍ରକାର ଖାଦ୍ୟର ଅଭ୍ୟସ୍ତ ହୋଇଯାଇଛନ୍ତି ତେବେ ତୁରନ୍ତ ସେଥିରୁ ନିବୃତ ରୁହନ୍ତୁ । ଏଥିପାଇଁ ଆପଣ ଆପଣଙ୍କ ଦୈନନ୍ଦିନ ଖାଦ୍ୟରେ ଦୁଇଟି ଲେଖାଏଁ ପାଚିଲା କଦଳୀ ସାମିଲ କରିପାରିବେ । କାରଣ ଏହା ସାରା ଦିନ ଆପଣଙ୍କୁ ସତେଜ ରଖିବା ସହ କାମ କରିବାକୁ ଶକ୍ତି ଯୋଗାଇ ଥାଏ ।

• ସୋଡା,କଫି ଓ ଚିପ୍ସ ଇତ୍ୟାଦିକୁ ବହୁତ କମ ମାତ୍ରାରେ ସେବନ କରିବା ଉଚିତ । କାରଣ ଏହାକୁ ଅତିମାତ୍ରାରେ ସେବନ କରିବା ଦ୍ୱାରା ଏହା ଆପଣଙ୍କ ପାଇଁ ଭବିଷ୍ୟତରେ ଏକ ବଡ ସମସ୍ୟା ସୃଷ୍ଟି କରିପାରେ ।

• ମୋଟାପଣ ପୁରୁଷଙ୍କ ଯୌନ କ୍ଷମତା ଉପରେ ମଧ୍ୟ ନକରାତ୍ମକ ପ୍ରଭାବ ପକାଇଥାଏ । ଏଥିପାଇଁ ମୋଟାପଣରୁ ନିଜକୁ ଦୂରେଇ ରଖିବା ଅଧିକ ଆବଶ୍ୟକ ।

• ସେହି ବ୍ୟକ୍ତି ସୁସ୍ଥ୍ୟ ରହିଥାଏ ଯିଏ ସକାଳୁ ଶୀଘ୍ର ଉଠିଥାଏ । ତେବେ ଯଦି ଆପଣଙ୍କ ସକାଳୁ ଡେରିରେ ଉଠିବା ଅଭ୍ୟାସ ଥାଏ ତେବେ ଏହାକୁ ତୁରନ୍ତ ଛାଡିବାକୁ ଚେଷ୍ଟା କରନ୍ତୁ ।

• ଲ୍ୟାପଟପ୍ ଆଦି ବ୍ୟବହାର କରୁଥିଲେ ଏହାକୁ ସାଧାରଣତଃ ଜଂଘ ଉପରେ ରଖି କାମ କରିବା ଆଦୌ ଉଚିତ ନୁହେଁ । କାରଣ ଏହାର ପ୍ରଭାବ ସିଧାସଳଖ ପୁରୁଷଙ୍କ ଯୌନ କ୍ଷମତା ଉପରେ ପଡିଥାଏ । ଏହା ଦ୍ୱାରା ନପୁଂସକ ହେବାର ମଧ୍ୟ ଯଥେଷ୍ଟ ସମ୍ଭାବନା ରହିଛି ।