କେମିତି ଜାଣିବେ ଆପଣଙ୍କ ଗାଡ଼ି କେତେ ମାଇଲେଜ୍ ଦେଉଛି ? ଜାଣନ୍ତୁ ଏହି ଉପାୟ

46

କାର୍ ଓ ବାଇକ୍ ର ମାଇଲେଜ୍ ଏମିତି କରନ୍ତୁ ପତ୍ତା : ଆପଣ କାର୍ ବା ବାଇକ୍ କିଣିବାକୁ ଯିବାବେଳେ ପ୍ରଥମେ ଗାଡ଼ିର ମାଇଲେଜ ବିଷୟରେ ପଚାରିଥାନ୍ତି । ଭାରତରେ ଲୋକଙ୍କ ପସନ୍ଦ ଅଧିକରୁ ଅଧିକ ମାଇଲେଜ ଦେଉଥିବା କାର୍ କିଣିବା । ଯଦି ଆପଣ ଜାଣିନାହାଁନ୍ତି , କିପରି କାର୍ ବା ବାଇକ୍ ର ମାଇଲେଜ ଜାଣିପାରିବେ , ଆମେ ଆପଣଙ୍କୁ ବତାଉଛୁ ଏହି ଉପାୟ –

୧ – ପ୍ରଥମେ କାର୍ ର ତେଲ ଟାଙ୍କି ଫୁଲ୍ କରନ୍ତୁ – ମାଇଜେଲ୍ ପତ୍ତା କରିବା ପାଇଁ ପ୍ରଥମେ ଆପଣଙ୍କୁ ନିଜ ଗାଡ଼ି (କାର୍ ବା ବାଇକ୍) ର ଟାଙ୍କିକୁ ପୂର୍ଣ୍ଣ କରିବାକୁ ହେବ । ଆଉ ଧ୍ୟାନ ରଖିବେ ସର୍ବଦା ଗୋଟିଏ ବ୍ରାଣ୍ଡର ଫୁଏଲ୍ ଗାଡି ଟାଙ୍କିରେ ଭର୍ତ୍ତି କରିବେ । ଏହାକୁ ବଦଳେଇବା ଦ୍ୱାରା ମଧ୍ୟ ଗାଡିର ମାଇଲେଜରେ ଫରକ ଆସିଥାଏ । ଗାଡିରେ ତେଲ ଭରିବା ପରେ ଟ୍ରିପ୍ ମିଟରକୁ ଜିରୋରେ ଫିକ୍ସ କରନ୍ତୁ । ଯେବେ ଫୁଏଲ୍ ଅଧା ରହିବ ,ପୁଣି ଟାଙ୍କି ଫୁଲ୍ କରିଦିଅନ୍ତୁ । ଆପଣଙ୍କୁ ନୋଟ୍ କରିବାକୁ ପଡିବ ଯେ ପୂର୍ବ ଥର କାର୍ କେତେ କିଲୋମିଟର ଚାଲିଛି ଏବଂ ଦ୍ୱିତୀୟ ଥର କେତେ ଲିଟର ଫୁଏଲ୍ ଭର୍ତ୍ତି କରାଯାଇଛି ।

ଏମିତି କାଲକୁଲେଟର କରନ୍ତୁ ମାଇଲେଜ୍ – ଆପଣଙ୍କ କାର୍ ଅତିକ୍ରମ କରିଥିବା ଦୂରତା ସହ ଦ୍ୱିତୀୟଥର ଭର୍ତ୍ତି କରିଥିବା ଫୁଏଲ୍ ସହ ବିଭାଜିତ କରନ୍ତୁ । ଆପଣଙ୍କ କାରର ମାଇଲେଜ ଜଣାପଡିଯିବ । ଉଦାହରଣ ସ୍ୱରୂପ , ଯଦି ଆପଣଙ୍କ କାର୍ ୬୬୦ କି.ମି. ଯାଇଛି ଏବଂ ଆପଣ ୨୨ଲିଟର ପେଟ୍ରୋଲ ପକାଇଛନ୍ତି, ଆପଣଙ୍କର କାରର ମାଇଲେଜ ହେବ ୩୦ କିମି/ଘଂଟା ।

ଏହି ପ୍ରକ୍ରିୟାକୁ ୫-୬ଥର ଦୋହରାନ୍ତୁ – ଏହିପରି ଆପଣ ଅନେକ ଥର କରନ୍ତୁ । ଏବଂ ତଥ୍ୟକୁ ନୋଟ୍ କରନ୍ତୁ । କାର୍ର ମାଇଲେଜ ଏହା ଉପରେ ମଧ୍ୟ ନିର୍ଭର କରେ ଯେ ଗାଡି କେଉଁ ଭଳି ରାସ୍ତାରେ ଚାଲୁଛି । ଏଥିପାଇଁ ୫-୬ ଥର ମାଇଲେଜ ବାହାରକରି ଆପଣ ଆଭରେଜ୍ ମାଇଲେଜ୍ ବାହାର କରନ୍ତୁ । ଏହା ଆପଣଙ୍କର କାର୍ର ମାଇଲେଜ ହେବ ।
ଅନେକ ଆପ୍ ମଧ୍ୟ ମାଇଲେଜ ଦର୍ଶାଇଥାଏ – ଅନେକ ଆପ୍ ଅଛି ,ଯାହାର ସାହାଯ୍ୟରେ ଆପଣ ନିଜର ଗାଡିର ମାଇଲେଜ ପତ୍ତା କରିପାରିବେ । ଏହି ଆପ୍ ଜିପିଏସ୍ ଜରିଆରେ ନଜ ଗାଡିର ସଠିକ୍ ମାଇଲେଜ ଜଣାଇଦେବ ।

ଗାଡିକୁ ଦ୍ରୁତ ଗତିରେ ଚଳାନ୍ତୁ ନାହିଁ – ଅନେକ କାର୍ ସବୁଠୁ ଭଲ ମାଇଲେଜ ସେତେବେଳେ ଦେଇଥାଏ , ଯେତେବେଳେ ୬୦-୮୦ କିଲୋମିଟର ସ୍ପିଡରେ ଏହାକୁ ଚଲାଯାଏ । ଏଥିପାଇଁ ଗାଡିକୁ ଏହାଠାରୁ ଅଧିକ ଦ୍ରୁତରେ ଚଳାନ୍ତୁନାହିଁ । ଫୁଏଲ୍ ବଂଚାଇବା ପାଇଁ ସବୁଠୁ ଭଲ ତରିକା ହେଲା ଆପଣ ବାରମ୍ବାର ଗିୟର ବଦଳାନ୍ତୁ ନାହିଁ । ଯେତେ ସ୍ମୁଥ୍ ଡ୍ରାଇଭିଂ କରିବେ ସେତେ କମ୍ ଫୁଏଲ୍ ଖର୍ଚ୍ଚ ହେବ ।

(ସୌଜନ୍ୟ- ନବଭାରତ ଟାଇମ୍ସ)