ଘରେ ରଖିନାହାଁନ୍ତି କି ଫାଷ୍ଟ ଆଡ୍ ବକ୍ସ? ତେବେ ରୋଷେଇଶାଳରେ ଥିବା ଏହି ସବୁ ଜିନିଷରୁ କରିପାରିବେ ଉପଚାର

143

ଘରେ କୌଣସି ବି ଲୋକକୁ କେବେବି ଆଘାତ ଲାଗିପାରେ କିମ୍ବା ଅସାବଧାନତା କାରଣରୁ ଜଳା କଟା  ଭଳି ଅଘଟଣର ଶିକାର ମଧ୍ୟ ହୋଇପାରନ୍ତି । ତେବେ ଏଭଳି ପରିସ୍ଥିତିରେ ଘରେ ଫାଷ୍ଟ ଆଡ ବକ୍ସ ରଖିବା  ନିହାତି ବହୁତ ଜରୁରୀ । ଯେଉଁଥିରେ କ୍ଷତ ସ୍ଥାନର ଉପଚାର କରିବା ପାଇଁ ଅନେକ ଦରକାରୀ ଜିନିଷମାନ ଉପଲବ୍ଧ ଥାଏ । ହେଲେ ଅନେକ ସମୟରେ ଏଭଳି ବି ହୋଇଥାଏ କି, ଘରେ ଫାଷ୍ଟ ଆଡ ବକ୍ସ ନଥିବା କାରଣରୁ ଦୁର୍ଘଟଣା ସଂପର୍କରେ ଆମକୁ ନାହିନଥିବା ପରିସ୍ଥିତିର ସାମ୍ନା କରିବାକୁ ପଡିଥାଏ । ତେବେ ଏଭଳି ଅବସ୍ଥାରେ ଘରେ ଥିବା ଛୋଟିଆ ଛୋଟିଆ ଜିନିଷରୁ ହିଁ ଆପଣଙ୍କୁ ବହୁତ ଫାଇଦା ମିଳିପାରେ ।

• ଯଦି ଆପଣଙ୍କ ଘରେ ଫାଷ୍ଟ ଆଡ  କିଟ୍ ନାହିଁ ତେବେ ଆଦୌ ଚିନ୍ତିତ ହୁଅନ୍ତୁ ନାହିଁ । କାହିଁକି ନା ଆପଣଙ୍କ ଘରେ ହିଁ ଏଭଳି ଅନେକ ଜିନିଷ ରହିଛି, ଯାହାକୁ ଆପଣ ଆଘାତ ଲାଗିଥିବା ସ୍ଥାନରେ ପ୍ରାଥମିକ ଚିକିତ୍ସା ଭାବରେ ବ୍ୟବହାର କରିପାରିବେ । ଜାଣିବା ପାଇଁ ପଢନ୍ତୁ ଏହି ଖବର…

• ଯଦି ରୋଷେଇ ଘରେ କାମ କରୁଥିବା ସମୟରେ ଭୁଲରେ ଛୁରୀରେ ଆଘାତ ଲାଗି କଟିଯାଏ ତେବେ ଏଭଳି ପରିସ୍ଥିତିରେ ଆଦୌ ବିଚଳିତ ହୁଅନ୍ତୁ ନାହିଁ । ବରଂ ବ୍ଲଡ୍ ରୋକିବା ପାଇଁ ଆପଣ ବରଫର ବ୍ୟବହାର କରିପାରିବେ, ଯଦି ଘରେ ବରଫ ନାହିଁ ତେବେ ଫିଟିକିରୀକୁ ବି ଓଦା କରି  କ୍ଷତ ସ୍ଥାନରେ ଲଗାଇ ପାରିବେ । ଏହାଦ୍ୱାରା ରକ୍ତସ୍ରାବ ବନ୍ଦ ହୋଇଯିବ ।

• ଏହାଛଡା ଶରୀରର କୌଣସି ବି ଅଙ୍ଗରେ ଯନ୍ତ୍ରଣା ହେଉଥିଲେ କିମ୍ବା ଫୁଲିଗଲେ ବା ମକଚି ହୋଇଗଲେ ତେବେ ଗରମ ପାଣିରେ ଉକ୍ତ ସ୍ଥାନକୁ ସେକନ୍ତୁ ।  ଗରମ ତାପମାନ ଦ୍ୱାରା ଶରୀରର ବ୍ଲଡ ସର୍କୁଲେସନ  ସଠିକ୍ ଭାବରେ ହୋଇଥାଏ ଏବଂ ଯନ୍ତ୍ରଣା ମଧ୍ୟ କମ୍ ହୋଇଥାଏ । ତେବେ ଏଭଳି ଦିନକୁ ଅନେକ ଥର ବି କରିପାରିବେ ,ନିଶ୍ଚୟ ଆରାମ ମିଳିବ ।

• ସେହିପରି ଯଦି କୌଣସି ଗରମ ଖାଇବା ଦ୍ୱାରା କିମ୍ବା ଚା’ ପିଇବାରୁ ଆପଣଙ୍କର ଜିଭ ସିଝି ଯାଇଛି, ତେବେ ଗୋଟିଏ ଚାମଚ ଦହି ଖାଇ ଦିଅନ୍ତୁ । ଆରାମ ମିଳିବ । ଯଦି ଦହି ଆପଣଙ୍କର ପସନ୍ଦ ନୁହେଁ ତେବେ ଗୋଟିଏ ଚାମଚ ମହୁ ବି ଖାଇପାରିବେ । ଏହାଦ୍ୱାରା ଜଳି ଯାଇଥିବା ବା ସିଝି ଯାଇଥିବା ଜିଭକୁ ଆରାମ ମିଳିଥାଏ । ଯଦି ଚୁଇଙ୍ଗଗମ ଅଛି ତେବେ ଆପଣ ଏହାକୁ ବି ବ୍ୟବହାର କରିପାରିବେ । ଏହାଦ୍ୱାରା ମଧ୍ୟ ବହୁତ ଆରାମ ମିଳିବ ।