ପରୀକ୍ଷା ଫଳକୁ ନେଇ ଚିନ୍ତିତ ହୁଅନ୍ତୁ ନାହିଁ ! ହାରିନଯାଇ ଜିତିବାକୁ ଚେଷ୍ଟା କରନ୍ତୁ

46

ଏବେ ମାଟ୍ରିକ ପରୀକ୍ଷା ଫଳ ବାହାରିଛି । ଗୋଟେ କିଛି ପିଲା ଉତ୍ସାହ ମନାଉଥିବା ବେଳେ ଆଉ କିଛି ପିଲା ଦୁଃଖରେ ଥାଆନ୍ତି । ପରୀକ୍ଷା ଫଳାଫଳକୁ ନେଇ ଅନେକ ଖୁବ୍ ଚିନ୍ତିତ ହୋଇପଡନ୍ତି । ହେଲେ ଏମିତି କରିବା ଉଚିତ ନୁହେଁ । ସବୁ ଜିନିଷକୁ ହାଲକା ଭାବେ ନିଅନ୍ତୁ । ବିଫଳତା ହିଁ ସଫଳତାର ଜନନୀ । ଏହାକୁ ଭାବି ଆଗେଇବା ଉଚିତ ।

ଯଦି କୈାଣସି ପିଲାଙ୍କର ପରୀକ୍ଷାରେ ଫଳ ଖରାପ ହୋଇଛି , ଭାଂଗି ପଡନ୍ତୁନି । ପୁଣି କେମିତି ଭଲ କରିବେ ମନୋକୁ ଦୃଢ କରନ୍ତୁ । ନିଜର ପରିଶ୍ରମକୁ ଦ୍ୱିଗୁଣିତ କରିଦିଅନ୍ତୁ । କେଉଁଥିରେ ଭୁଲ ରହିଗଲା ତାହା ଜାଣିବାର ଏହା ଏକ ସୁଯୋଗ । ଏଣୁ ଏହି ସୁଯୋଗର ଉପଯୋଗ କରନ୍ତୁ ।

ଏମିତି ଅନେକ ଉଦାହରଣ ଦେଖିବାକୁ ମିଳିଛି । ଯେଉଁମାନେ ସ୍କୁଲ ପରୀକ୍ଷାରେ ଭଲ ନକରି ବି ଜୀବନରେ ବହୁତ ସଫଳତା ପାଇଛନ୍ତି । ଏମାନେ ହେଲେ ବିଲ୍ ଗ୍ରେଟ୍ସ , ବୈଜ୍ଞାନିକ ଆଇନଷ୍ଟାଇନ , ଅବଦୁଲ୍ କାଲାମ ଇତ୍ୟାଦି । ବିଫଳତା ସହ ଲଢେଇ କରି ଏମାନେ ସଫଳତା ପାଇଛନ୍ତି ।