ପରିଶ୍ରାର ରଙ୍ଗ ଏବଂ ଗନ୍ଧରେ ପରିବର୍ତ୍ତନ ଦେଇଥାଏ କିଡନୀ କ୍ୟାନସରର ସଙ୍କେତ । କରନ୍ତୁନାହିଁ ଅଣଦେଖା, ହୋଇପାରେ ଭୟଙ୍କର ବେମାରୀ

ୟୁରିନର ରଙ୍ଗ ବଦଳିବାର କାରଣ କଣ ?

419

ଅଧିକାଂଶ ସମୟରେ ଆପଣଙ୍କ ଶରୀରରେ ଏଭଳି ଅନେକ ପରିବର୍ତ୍ତନ ତଥା ଲକ୍ଷଣ ଦେଖାଦେଇଥାଏ ଯାହା ଆପଣଙ୍କ ପରିଶ୍ରାରୁ ହିଁ ଜଣାପଡି ଯାଇଥାଏ । ଯେପରିକି ଶରୀରରେ ପାଣିର ଅଭାବ ହେବା, କିମ୍ବା ଶୀରରର ଅନ୍ୟ କୌଣସି ଅଙ୍ଗ ସହ ଜଡିତ କୌଣସି କଥା ହୋଇଥାଉ ନା କାହିଁକି ତାହା ଆପଣଙ୍କର ପରିଶ୍ରାରୁ ହିଁ ଜଣାପଡିଯାଇଥାଏ । ଅନେକ ସମୟରେ ଏହି ପରିବର୍ତ୍ତନ ଅତି ସାଧାରଣ ହୋଇଥାଏ, ଯାହା ଖାଦ୍ୟପେୟ ଠିକ୍ ଭାବରେ କଲେ କିମ୍ବା କୌଣସି ଔଷଧରୁ ଭଲ ହୋଇଯାଇଥାଏ । ସେହିପରି ଯଦି ଏହିସବୁ ଛୋଟ ଛୋଟ କଥା ଉପରେ ଧ୍ୟାନ ଦିଆନଯାଏ ତେବେ ତାହା ଆଗାମୀ ଦିନରେ କୌଣସି ଭୟଙ୍କର ରୋଗର ରୂପ ନେଇପାରେ ।

• ପରିଶ୍ରା, ହାଲକା ହଳଦିଆ ରଙ୍ଗର ଏବଂ ସାମାନ୍ୟ ଦୁର୍ଗନ୍ଧ ଯୁକ୍ତ ତରଳ ପଦାର୍ଥ, ଯେଉଁଥିରେ ଶୀରର ସଫା ହେବା ସହ ଅତିରିକ୍ତ ପାଣି ସହିତ ମଇଳା ବି ବାହାରକୁ ଚାଲିଆସିଥାଏ । ହେଲେ ଅଧିକାଂଶ ସମୟରେ ଏହାର ଟେକ୍ସଚର, କଲର , ସ୍ମେଲରେ ଅନେକ ପରିବର୍ତ୍ତନ ଆସିଥାଏ । ଯାହାକୁ ହାଲକାରେ ନେବା ଆଦୌ ଉଚିତ ନୁହେଁ, ଏଥିସହିତ ଯଦି ସମ୍ଭବ ହେବ ତେବେ ଡାକ୍ତରଙ୍କ ପରାମର୍ଶ ଲୋଡିପାରିବେ । ତେବେ ଜାଣିଛନ୍ତି କି, ୟୁରିନର ରଙ୍ଗ ବଦଳିବାର କାରଣ କଣ ?

• ଅନେକ ସମୟରେ ଖାଇବା ପିଇବାରେ ଗଡବଡି ହେଲେ ପରିଶ୍ରାରେ ରକ୍ତ ପଡିଥାଏ । ଏହାକୁ କିଛି ସର୍ତ୍ତରେ ଅଣଦେଖା କରନ୍ତୁ ନାହିଁ । କାହିଁକି ନା ଏହା କିଡନୀ କ୍ୟାନସରର ଲକ୍ଷଣ ମଧ୍ୟରୁ ବି ଗୋଟିଏ । ତେଣୁ ଏଭଳି ପରିସ୍ଥିତିରେ ତୁରନ୍ତ ଡାକ୍ତରଙ୍କ ସହ ଯୋଗେଯାଗ କରନ୍ତୁ ।

• ପରିଶ୍ରାକୁ ଅଧିକ ସମୟ ଚପାଇ ରଖିହେଉଥିବା ଏବଂ ବାରମ୍ବାର ପରିଶ୍ରା ଲାଗିବା । ଏହା ଏକ ଗମ୍ଭୀର ସମସ୍ୟା ହୋଇପାରେ, ଏହା Overactive bladderର କାରଣ ହୋଇଥାଏ ଏବଂ ଏହା ଅଧିକତର ମହିଳାଙ୍କଠାରେ ହିଁ ଦେଖାଦେଇଥାଏ । ତେଣୁ ଏଭଳି ପରିସ୍ଥିତିରେ ସମୟ ବିଳମ୍ବ ନ କରି ତୁରନ୍ତ ଡାକ୍ତରଙ୍କର ପରାମର୍ଶ ଲୋଡନ୍ତୁ ।

• ଯଦି ଆପଣଙ୍କର ପରିଶ୍ରା ବନ୍ଦ ହୋଇଯାଏ ତେବେ ଏହା କିଡନୀ ଫେଲ୍ୟୁୟରର ଏକ ବହୁତ ବଡ ସଙ୍କେତ ଅଟେ । ତେବେ କିଡନୀ ଫେଲ୍ୟୁୟର ସେତେବେଳେ ହୋଇଥାଏ, ଯେତେବେଳେ ଏହା କୌଣସି ଜିନିଷକୁ ଫିଲଟର କରିବାର କ୍ଷମତା ହରାଇ ବସିଥାଏ । ଏହି ସ୍ଥିତି କିଛି ଘଂଟା କିମ୍ବା କିଛି ମାସ ଭିତରେ ବି ବିକଶିତ ହୋଇପାରେ ।