ଗୁଲୁଗୁଲା ନେଲା ଜୀବନ । ଏକାଥରକେ ପାଟିରେ ୪ଟି ଗୁଲୁଗୁଲା ପୁରାଇବା ପରେ ଅଣନିଶ୍ୱାସୀ ହୋଇ ଚାଲିଗଲା ବ୍ୟକ୍ତିଙ୍କ ଜୀବନ ।
କନକ ବ୍ୟୁରୋ: ଗୁଲୁଗୁଲା ଖାଇବା ହେଲା କାଳ । ଚାଲିଗଲା ଜୀବନ । ଏମିତି ଏକ ଅଭାବନୀୟ ଖବର ଆସିଛି ମୟୂରଭଞ୍ଜ ଜିଲ୍ଲା ବେତନଟୀରୁ । ମୃତକ ଜଣକ ହେଉଛନ୍ତି ଦାନ୍ତିଆମୁହାଁ ଗ୍ରାମର ଶିରୀଶଚନ୍ଦ୍ର ମହାନାୟକ ।

Kanak News is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁସାରେ, ଶିରୀଶ ହାଟକୁ ଜଳଖିଆ ଖାଇବାକୁ ଯାଇଥିଲେ । ଏହି ସମୟରେ ସେ ଗୁଲୁଗୁଲା ଖାଇବାକୁ ଏକ ଚ୍ୟାଲେଞ୍ଜ ଭାବେ ନେଇଥିଲେ । ଆଉ ଏକାଥରକେ ପାଟିରେ ୪ଟି ଗୁୁଲୁଗୁଲା ଏବଂ ଗୋଟିଏ ମାଲପୁଆ ପୂରାଇ ଖାଇବାକୁ ଆରମ୍ଭ କରିଥିଲେ । ଖାଇଲା ବେଳେ ତଂଟିରେ ଅଟକି ଯାଇଥିଲା ଖାଦ୍ୟ । ଫଳରେ ଅଣନିଶ୍ୱାସୀ ହୋଇ ତଳେ ପଡ଼ିଯାଇଥିଲେ ଶିରୀଶ । ତାଙ୍କୁ ସ୍ଥାନୀୟ ଲୋକେ ବାରିପଦା ଡାକ୍ତରଖାନାକୁ ନେଇଥିଲେ । ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେପଟେ ପରିବାର ଲୋକଙ୍କ ଏତଲା ଆଧାରରେ ବଡ଼ଜାମବଣି ଫାଣ୍ଡି ଅଧିକାରୀ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହିତ ମୃତଦେହ ବ୍ୟବଚ୍ଛେଦ କରିଛନ୍ତି । ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକ ଖେଳିଯାଇଛି ।