ନିକଟରେ ଏକ ମ୍ୟାଚମେକିଙ୍ଗ୍ ସର୍ଭିସ୍ ସଂସ୍ଥା ଯୁବପିଢିଙ୍କର ବିଚାର ଓ ପସନ୍ଦକୁ ଜାଣିବାକୁ ଏକ ଅନଲାଇନ୍ ସର୍ଭେ କରିଥିଲା । ଯେଉଁଥିରୁ ଜାଣିବାକୁ ଚାହିଁଥିଲା ବିବାହ ପ୍ରତି ଆଜିର ଯୁବପିଢିଙ୍କ ମତ କଣ ?
Kanak News is now on WhatsApp
Join and get latest news updates delivered to you via WhatsApp
ଭାରତୀୟ ଯୁବପିଢିଙ୍କ ମନରେ ଏହି ଧାରଣା ଅଛି ବିବାହ ସେମାନଙ୍କ ଜୀବନରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ବିବାହ ଜୀବନରେ ଭାବନାତ୍ମକ ଓ ଆର୍ଥିକ ସ୍ଥିରତା ଦେଇଥାଏ । ଏଣୁ ବିବାହକୁ ନେଇ ଖୁବ୍ ତତ୍ପର ଆଜିର ଯୁବପିଢି । କରାଯାଇଥିବା ସର୍ଭେରେ ପାଖାପାଖି ୨୦.୫ % ପୁରୁଷ ଓ ୨୩.୧% ମହିଳାଙ୍କ କହିବା କଥା ହେଲା ସେମାନେ ବିବାହକୁ ଖୁବ୍ ଗୁରୁତ୍ୱ ଦେଇଥାନ୍ତି । ଅପେକ୍ଷା ନକରି ଶୀଘ୍ର ବିବାହ କରିବାକୁ ଚାହିଁଥାନ୍ତି । ଅନ୍ୟପଟେ ୧୨,୨% ପୁରୁଷ ଓ ୧୦.୩ % ମହିଳାଙ୍କ ମତ ଅନୁସାରେ ସେମାନେ ବିବାହ କରିବାକୁ ଚାହାଁନ୍ତି ନାହିଁ । କିଛି ଲୋକ ବିବାହକୁ ଏକ ବୋଝ ଭାବି , ବିବାହ କରିବାକୁ ମନା କରିଛନ୍ତି ।
ଏକ ସଫଳ ଜୀବନ ପାଇଁ ଏକ ସଫଳ ବୈବାହିକ ଜୀବନ ଜରୁରୀ ବୋଲି ଏହି ଅନଲାଇନ୍ ସର୍ଭେରେ ଅନେକ ମତ ଦେଇଥିଲେ ଏବଂ ଶୀଘ୍ର ଜୀବନସାଥୀଟିଏ ପାଇଁ ଇଚ୍ଛା ବ୍ୟକ୍ତ କରିଥିଲେ ।