ଭାରତର ନୂଆ ସିଡିଏସ ହେଲେ ଲେପ୍ଟନାଣ୍ଟ ଜେନେରାଲ ଅନୀଲ ଚୌହାନ । ସିଡିଏସ ଦାୟିତ୍ୱ ସହ ତୁଲାଇବେ ସାମରିକ ବିଭାଗ ସଚିବ

95

କନକ ବ୍ୟୁରୋ : ଅବସରପ୍ରାପ୍ତ ଲେଫ୍ଟେନାଂଟ ଜେନେରାଲ ଅନିଲ ଚୌହ୍ୱାନଙ୍କୁ ନୂଆ ଚିଫ୍ ଡିଫେନ୍ସ ଷ୍ଟାଫ୍ ନିଯୁକ୍ତ କରାଯାଇଛି । ସିଡିଏସ୍ ସହ ସେ ସାମରିକ ବିଭାଗ ସଚିବ ପଦ ସମ୍ଭାଳିବେ । ସେ ସିଧାସଳଖ ଭାବେ ସାମରିକ ମନ୍ତ୍ରଣାଳୟ ବିଭାଗକୁ ରିପୋର୍ଟ କରିବେ । ଗତ ଡିସେମ୍ବରରେ ହେଲିକ୍ୟାପ୍ଟର ଦୁର୍ଘଟଣା ପରେ ସିଡିଏସ୍ ଜେନେରାଲ ବିପିନ ରାୱତଙ୍କ ମୃତ୍ୟୁ ହୋଇଥିଲା । ପାୟ ୯ ମାସ ପରେ ସିଡିଏସ ପଦବୀ ପୂରଣ ହୋଇଛି । ଜେନେରାଲ ଚୌହ୍ୱାନ ମେ ୧୮ ୧୯୬୧ ମସିହାରେ ଜନ୍ମଗ୍ରହଣ କରିଥିଲେ । ସେ ୧୯୮୧ରେ ଭାରତୀୟ ସେନାର ୧୧ ଗୋର୍ଖା ରାଇଫଲରେ ଯୋଗଦେଇଥିଲେ । ପରେ ତାଙ୍କୁ ପୂର୍ବ ଆର୍ମି କମାଣ୍ଡ ମୁଖ୍ୟ ଭାବେ ନିଯୁକ୍ତ କରାଯାଇଥିଲା । ସେ ଗତ ମେ ୨୦୨୧ ରେ ସେନାରୁ ଅବସର ନେଇଥିଲେ ।