ବାର୍ଦ୍ଧକ୍ୟ ସମୟର ସାଥି ଏଲଏଆଇସିର “ଜୀବନ ଶାନ୍ତି ସ୍କିମ୍” ! କର ଛାଡ଼ ସମେତ ମିଳୁଛି ଅନେକ ସୁବିଧା ।

429

ଭାରତୀୟ ଜୀବନ ବୀମା ନିଗମ ଅବସର ସମୟ ପରେ “ଜୀବନ ଶାନ୍ତି ସ୍କିମ୍” ର ସୁବିଧା ଦେଇଥାଏ । ଏହି ସ୍କିମ୍ ଅନୁସାରେ ଆପଣ ତତ୍କାଳ ରୁପରେ କିମ୍ବା ବାର୍ଷିକ ଆଧାରରେ ପେନସନ୍ ର ବିକଳ୍ପ ଚୟନ କରିପାରିବେ । ଗତବର୍ଷ ହିଁ ଲଞ୍ଚ୍ ହୋଇଥିବା ଏହି ପେନସନ୍ ସ୍କିମ୍ ଆପଣଙ୍କୁ ସାରା ଜୀବନ ଗୋଟିଏ ଫିକ୍ସ୍ ପେନସନ୍ ଅଫର୍ କରିଥାଏ । ଏହି ସ୍କିମ୍ ଅନୁସାରେ ପଲିସି ନେଇଥିବା ବ୍ୟକ୍ତି ଲୋନ୍ ପାଇଁ ବି ଆବେଦନ କରିପାରିବେ । ଯଦି ଆପଣ ଏହି ପେନସନ୍ ଯୋଜନାକୁ ଅନଲାଇନ୍ କିଣିବାକୁ ଚାହୁଁଛନ୍ତି ତେବେ ଏଥିପାଇଁ ଆପଣଙ୍କୁ ବାର୍ଷିକ ୨ ପ୍ରତିଶତ ଏନ୍ୟୁଟି ମଧ୍ୟ ମିଳିବ । ଏହି ସ୍କିମ୍ ଅନୁସାରେ ପେନସନ୍ ଧାରକ ଆୟକର ଆକ୍ଟ ୧୯୬୧ ର ସେକ୍ସନ୍ ୮୦ ସିସିସି ଅନୁସାରେ କରଛାଡର ସୁବିଧା ମିଳିବ ।

 

ଏଲଆଇସି ଜୀବନ ଶାନ୍ତି ଅନୁସାରେ ଆପଣଙ୍କ ପାଖରେ କ’ଣ ରହିଛି ପେନସନ୍ ର ବିକଳ୍ପ :

ତତ୍କାଳିନ ଏନ୍ୟୁଟି :

ଏହି ସ୍କିମ୍ ଅନୁସାରେ ତତ୍କାଳ ଏନ୍ୟୁଟିରେ ୭ ବିକଳ୍ପ ରହିଛି । ଏଥିମଧ୍ୟରୁ ଗୋଟିଏ ସ୍କିମ୍ ରେ ଆପଣଙ୍କୁ ଆଗାମୀ ମାସରେ ବି ଏନ୍ୟୁଟି ମିଳିପାରିବ । ଏହି ଯୋଜନାନୁସାରେ , ୫ , ୧୦ , ୧୫ , ୨୦ ବର୍ଷ ପାଇଁ ପେନସନ୍ ଏବଂ ଏହାପରେ ଆପଣଙ୍କ ଜୀବନକାଳ ପର୍ଯ୍ୟନ୍ତ ଆପଣ ଏହି ସ୍କିମ୍ ର ଲାଭ ଉଠାଇପାରିବେ । ଜୀବନକାଳ ପେନସନ୍ ଭିତରେ ପେନସନ୍ ଧାରକଙ୍କ ମୃତ୍ୟୁ ହୋଇଗଲେ ପର୍ଚେଜ୍ ପ୍ରାଇସ୍ ରେ ରିଟର୍ଣ୍ଣର ମଧ୍ୟ ସୁବିଧା ମିଳିବ ।

ଏହି ପେନସନ୍ ମାଧ୍ୟମରେ ମୃତ୍ୟୁ ପରେ ପେନସନ୍ ର ୧୦୦ ପ୍ରତିଶତ ସ୍ୱାମୀ/ସ୍ତ୍ରୀ ଙ୍କୁ ମିଳିବାର ବିକଳ୍ପ ରହିଛି ଏବଂ ଏହାପରେ ମଧ୍ୟ ପେନସନ୍ ମିଳିବାର ସୁବିଧା ରହିଛି । ଏଲଆଇସି ସୁବିଧା ଅନୁସାରେ , ଯୋଜନାର ଉତ୍ତରଦାୟୀଙ୍କ ମୃତ୍ୟୁ ପରେ ସ୍କିମ୍ କିଣିଥିବା ମୂଲ୍ୟକୁ ମଧ୍ୟ ପରିବାର ଲୋକଙ୍କୁ ଫେରସ୍ତ କରାଯିବ ।