ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କ ଉପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରିୱାଲ ଖପ୍ପା । ବିଚାରକ ପ୍ୟାନେଲକୁ ନେଇ ମତାନ୍ତର ।

124

କନକ ବ୍ୟୁରୋ: ଦିଲ୍ଲୀରେ ଆମନାସାମନା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଓ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଅନୀଲ ବାଇଜଲ । ଏକ ସ୍ୱତନ୍ତ୍ର ବିଚାରକ ମଣ୍ଡଳୀର ଗଠନକୁ ନେଇ ଦୁହିଁଙ୍କ ମଧ୍ୟରେ ମତାନ୍ତର ଦେଖାଦେଇଛି । ଚାଷୀ ଆନ୍ଦୋଳନ ସମ୍ପର୍କିତ ଘଟଣାର ବିଚାର କରିବାକୁ ଦିଲ୍ଲୀ ସରକାର ନିଜ ପସନ୍ଦର କିଛି ବିଚାରପତିଙ୍କୁ ନେଇ ଏକ ପ୍ୟାନେଲ ଗଠନ କରିଥିଲେ । ହେଲେ ସରକାରଙ୍କ ଏପରି ନିଷ୍ପତ୍ତିକୁ ରାଜ୍ୟପାଳ ଅଗ୍ରାହ୍ୟ କରିବା ପରେ ଦୁର୍ହିଙ୍କ ମଧ୍ୟରେ ମତାନ୍ତର ଦେଖାଦେଇଛି । ରାଜ୍ୟପାଳଙ୍କ ଏପରି ମନୋଭାବ ଦିଲ୍ଲୀବାସୀଙ୍କ ପ୍ରତି ଅପମାନ ବୋଲି କହିଛନ୍ତି କେଜରିୱାଲ । ଏହାସହ ଦିଲ୍ଲୀବାସୀଙ୍କ ଐତିହାସିକ ଭୋଟରେ ଆପ ସରକାର ଶାସନକୁ ଆସିଛି । ତେଣୁ ଭାରତ ସରକାର ଏଥିରେ ମୁଣ୍ଡ ନଖେଳାଇ ଦେଶ ଶାସନରେ ମନ ଦିଅନ୍ତୁ ବୋଲି କେଜରିୱାଲ ଟୁଇଟ୍ କରିଛନ୍ତି ।