ଏକାମ୍ର କ୍ଷେତ୍ରରୁ ବାଇ ଲ’ ପ୍ରତ୍ୟାହାର ପାଇଁ ଚିଠି । କେନ୍ଦ୍ର ସଚିବଙ୍କୁ ଚିଠି ଲେଖି ଦାବି ଜଣାଇଲେ ମୁଖ୍ୟ ଶାସନ ସଚିବ ।

133

କନକ ବ୍ୟୁରୋ : ଏକାମ୍ର କ୍ଷେତ୍ରର ବିକାଶରେ ବାଧା ସୃଷ୍ଟି କରୁଥିବା ବାଇ-ଲ ପ୍ରତ୍ୟାହାର ପାଇଁ ଚିଠି । ଅନନ୍ତବାସୁଦେବ ଓ ବ୍ରହ୍ନେଶ୍ୱର ମନ୍ଦିରରୁ ବାଇ ଲ’ ପ୍ରତ୍ୟାହାର କରିବା ପାଇଁ କେନ୍ଦ୍ରକୁ ଚିଠି ଲେଖିଛନ୍ତି ମୁଖ୍ୟ ଶାସନ ସଚିବ । ଏକାମ୍ର କ୍ଷେତ୍ରରୁ ବାଇ-ଲ ପ୍ରତ୍ୟାହାର କରିବା ପାଇଁ କେନ୍ଦ୍ର ସଂସ୍କୃତି ସଚିବ ରାଘବେନ୍ଦ୍ର ସିଂଙ୍କୁ ଚିଠି ଲେଖି ଦାବି ଜଣାଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ।

ଶ୍ରୀମନ୍ଦିରରୁ ବାଇ-ଲ ପ୍ରତ୍ୟାହାର ହୋଇଥିବା ବେଳେ ଭୁବନେଶ୍ୱରର ଏହି ଦୁଇଟି ମନ୍ଦିରରୁ ବାଇ-ଲ ପ୍ରତ୍ୟାହାର ପାଇଁ ଦାବି ଜୋର ଧରିଛି ।