ରାଜ୍ୟରେ ୟୁଜି ଓ ପିଜି ଶେଷ ସେମିଷ୍ଟାର ପରୀକ୍ଷା ପାଇଁ ସମୟ ମାଗିଲେ ସରକାର, ପରୀକ୍ଷାର ଶେଷ ତାରିଖକୁ ସେପ୍ଟେମ୍ବର ୩୦ ପରିବର୍ତ୍ତେ  ୧୦ ଅକ୍ଟୋବର ପର୍ଯ୍ୟନ୍ତ ଘୁଂଚାଇବାକୁ  ୟୁଜିସିକୁ ଚିଠି ।

274

କନକ ବ୍ୟୁରୋ: ରାଜ୍ୟରେ ୟୁଜି ଓ ପିଜି ଶେଷ ସେମିଷ୍ଟାର ପରୀକ୍ଷା ପାଇଁ ସମୟ ମାଗିଲେ ସରକାର । ପରୀକ୍ଷାର ଡେଡଲାଇନ ବୃଦ୍ଧି କରିବାକୁ ୟୁଜିସିକୁ ରାଜ୍ୟ ସରକାର ଅନୁରୋଧ କରିଛନ୍ତି । ପରୀକ୍ଷାର ଶେଷ ତାରିଖକୁ ସେପ୍ଟେମ୍ବର ୩୦ ପରିବର୍ତେ  ୧୦ ଅକ୍ଟୋବର ପର୍ଯ୍ୟନ୍ତ ଘୁଂଚାଇବାକୁ  ଚିଠି ମାଧ୍ୟମରେ ଅନୁରୋଧ କରିଛନ୍ତି । 

ତେବେ ଏହା ଦ୍ୱାର ଗୋଟିଏ ଦିନ ଅନ୍ତରରେ ପରୀକ୍ଷା ହୋଇପାରିବ ଏବଂ ପରୀକ୍ଷା କେନ୍ଦ୍ରକୁ ସଠିକ ଭାବେ ବିଶୋଧନ କରାଯାଇପାରିବ । ଶେଷ ସେମିଷ୍ଟାର ପରୀକ୍ଷା ସେପ୍ଟେମ୍ବର  ୨୦ରୁ  ୧୦ ଅକ୍ଟୋବର ମଧ୍ୟରେ କରିବାକୁ ଏବଂ ୩୧ ଅକ୍ଟୋବର ସୁଦ୍ଧା ଫଳ ପ୍ରକାଶ କରିବାକୁ  ରାଜ୍ୟ ସରକାର କହିଛନ୍ତି ।