ଜନତାଙ୍କୁ ଭଲ ପାଇବାର ଆଉ ଗୋଟିଏ ଉଦାହରଣ ! ଭିଡ ଭିତରୁ ଜଣେ ମହିଳାଙ୍କ ହାତରୁ ଚିଠି ଗ୍ରହଣ କଲେ ମୋଦି

62

କନକ ବ୍ୟୁରୋ : ଜନତାଙ୍କୁ ଭଲ ପାଇବାର ଆଉ ଗୋଟିଏ ଉଦାହରଣ । ପ୍ରଧାନମନ୍ତ୍ରୀଙ୍କୁ ଚିଠି ବଢ଼ାଇଲେ ଜଣେ ମହିଳା । ଆଉ ଆଦରରେ ଲୋକଙ୍କ ଭିତରୁ ଚିଠିଟିକୁ ଗ୍ରହଣ କଲେ ମୋଦି । ମୋଦିଙ୍କ ଟିକିଏ ଝଲକ ପାଇବାକୁ, ହାତ ମିଶାଇବାକୁ ପ୍ରବଳ ଉତ୍ କଣ୍ଠା ଦେଖିବାକୁ ମିଳିଥିଲା । ଲୋକଙ୍କ ଉତ୍ସାହକୁ ଦେଖି ମୋଦି ବି ଗାଡିରୁ ବାହାରି, ରାସ୍ତା କଡରେ ଛିଡା ହୋଇଥିବା ଲୋକଙ୍କ ସହ ହାତ ମିଳାଉଥାନ୍ତି ।

ଆଉ ଏହାରି ଭିତରେ ଆମର ନଜର ପଡିଥିଲା ଜଣେ ମହିଳାଙ୍କ ଉପରେ । ଯିଏ ହଠାତ ଭିଡ ଭିତରୁ ବାହାରି ପ୍ରଧାନମନ୍ତ୍ରୀ ମୋଦିଙ୍କ ହାତକୁ ବଢାଇ ଦେଇଥିଲେ ଏକ ଚିଠି । ଆଉ ପୁଣି ହଜି ଯାଇଥିଲେ ଭିଡ ଭିତରେ । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଚିଠିଟିକୁ ଗ୍ରହଣ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି । ଏହି ମହିଳା ଦେଇଥିବା ଚିଠିଟିକୁ ପ୍ରଧାନମନ୍ତ୍ରୀଙ୍କ ଗାଡି ଭିତରେ ରଖିଦେଇଥିଲେ ସୁରକ୍ଷାକର୍ମୀ ।