ଟିକାକରଣରେ ସାମ୍ବାଦିକଙ୍କୁ ସାମିଲ ପାଇଁ ଚିଠି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ଚିଠି ଲେଖିଲା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ।

105

କନକ ବ୍ୟୁରୋ: ଟିକାକରଣରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ସାମିଲ ପାଇଁ ଚିଠି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ଚିଠି ଲେଖିଲା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମର ସାମ୍ବାଦିକଙ୍କୁ ସାମିଲ ପାଇଁ ଚିଠି । ଟିକାକରଣରେ ଅନ୍ୟ କ୍ଷେତ୍ରରେ ଥିବା ସମ୍ମୁଖ ଯୋଦ୍ଧାଙ୍କୁ ସାମିଲ ଦାବି ।

ଏହାସହ ବିଦ୍ୟୁତ ଓ ଜଳ ଯୋଗାଣରେ କାର୍ଯ୍ୟରତ କର୍ମଚାରୀଙ୍କୁ ଟିକା ପାଇଁ ଚିଠି ହୋଇଛି । ବିମାନ ବନ୍ଦର ରେଲୱେ, ବନ୍ଦର କର୍ମଚାରୀଙ୍କୁ ଟିକା ପାଇଁ ମଧ୍ୟ ଅନୁରୋଧ କରାଯାଇଛି । ସେହିପରି ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିର ସେବାୟତଙ୍କୁ ସାମିଲ ପାଇଁ ମଧ୍ୟ ଚିଠିରେ ଉଲ୍ଲେଖ ଅଛି ।