କଂଗ୍ରେସ କର୍ମୀ ଏକାଠି ହୁଅନ୍ତୁ । ବିଦାୟୀ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପ୍ରେସମିଟ୍ । 

110

କନକ ବ୍ୟୁରୋ: ବିଦାୟୀ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରେସମିଟ୍ କରିଛନ୍ତି । ସୋନିଆ ଓ ରାହୁଲଙ୍କୁ ଧନ୍ୟବାଦ ଦେବା ସହ କାମକରିବା ପାଇଁ ସୁଯୋଗ ପାଇଁ କୃତଜ୍ଞତା ଜଣାଇଛନ୍ତି । ସେ କହିଛନ୍ତି, ମୋ ଦେହ ଖରାପ ଥିବାରୁ ମୁଁ ଇସ୍ତଫା ଦେଇଥିଲେ, ଏଆଇସିସି ଏହାକୁ ଗ୍ରହଣ କରିଛି । କଂଗ୍ରେସର କର୍ମୀଙ୍କୁ ଏକାଠି ହେବାକୁ ଆହ୍ୱାନ ଦେଇଛନ୍ତି । ବର୍ତ୍ତମାନ କଂଗ୍ରେସର ଭାଇମାନଙ୍କୁ ଏକାଠି କରିବାର ସମୟ ଆସିଛି । ସଭାପତି ପଦରୁ ଯାଇଛି କିନ୍ତୁ ରାଜ୍ୟର ସ୍ୱାର୍ଥ ପାଇଁ କାମ କରିବି । ଶରତ ପଟ୍ଟନାୟକଙ୍କୁ ସ୍ୱାଗତ କରିବା ସହ କହିଛନ୍ତି, ସେ ବୟସରେ ସାନ ହୋଇଥିଲେ ବି ଆଗରୁ କାମ କରିବାର ଅଭିଜ୍ଞତା ରହିଛି । ସେ କଂଗ୍ରେସକୁ ନିହାତି ଆଗେଇନେବେ ।

ତେବେ କଂଗ୍ରେସକୁ ନେଇ ମୋର ଅବଶୋଷ ରହିଗଲା । ଯେତିକିି ସୁଦୃଢ କରି କାମ କରିବା କଥା କରିହେଲାନି । ବର୍ତ୍ତମାନ ଦଳରେ ଶୃଙ୍ଖଳାର ଆବଶ୍ୟକତା ରହିଛି । ଏକଜୁଟ୍‌, ଏକମନ ହୋଇ କାମ କରିବାର ଆବଶ୍ୟକତା ଅଛି । ମୁଁ ଚାହୁଁଥିଲି ଅବ୍ୟାହତି ନେବାକୁ, ଏବେ ଖୁସି ଅଛି ମୋତେ ସେହି ଦାୟିତ୍ୱରୁ ମୁକ୍ତି ମିଳିଛି ।  ଅବ୍ୟାହତି ନେଲେ ବି ରାଜ୍ୟର ସ୍ୱାର୍ଥ ପାଇଁ ନିଶ୍ଚୟ ଲଢିବି ।