ସଚିବାଳୟରେ ପଶିଲା ଚିତାବାଘ । ବାଘକୁ ଧରିବାକୁ ଚାଲିଛି ବନବିଭାଗର ବଡ ଅପରେସନ

ସଚିବାଳୟ ସିସିଟିଭିରେ କଏଦ ହୋଇଛି ଚିତାବାଘ

191

କନକ ବ୍ୟୁରୋ: ଗୁଜରାଟର ଗାନ୍ଧିନଗର ସଚିବାଳୟରେ ପଶିଛି ଚିତାବାଘ । ଏହାକୁ ନେଇ ସ୍ଥାନୀୟ ଅଂଚଳରେ ଆତଙ୍କ ଖେଳିଯାଇଛି । ସଚିବାଳୟ ସିସିଟିଭିରେ କଏଦ ହୋଇଛି ଚିତାବାଘ । ବାଘକୁ ଧରିବା ଲାଗି  ବନବିଭାଗ ଉଦ୍ୟମ ଜାରି ରହିଛି । ଚିତାକୁ ଧରିବା ଲାଗି ବନବିଭାଗର ଟିମ ମୁତୟନ ହୋଇଛନ୍ତି ଓ ଯନ୍ତା ବି ବସାଯାଇଛି ।  କିଛି ଘଂଟା ଧରି  ଚିତାଚିତାକୁ ଧରିବା ଲାଗି ଚାଲିଛି ଅପରେସନ ।  ସିସିଟିଭିରେ କଏଦ ହୋଇଛି ଚିତାବାଘ ପଶିବାର ଚିତ୍ର ।

ପ୍ରାୟ ୧୦୦ ବନ କର୍ମଚାରୀ ଅପରେସନରେ ନିୟୋଜିତ ହୋଇଛନ୍ତି । ଗାନ୍ଧିନଗରର ଏହି ଅଂଚଳକୁ ଗାନ୍ଧିନଗରର ପୋସ ଅଂଚଳ ବୋଲି କୁହାଯାଇଥାଏା ଏଠାରେ  ଭିଆରିପି ମାନେ ବି ରହୁଛନ୍ତି ।  ଗାନ୍ଧିନଗର ସଚିବାଳୟ ପଛପଟେ ରାଜଭବନ, ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସମେତ  ଅନେକ ପ୍ରମୁଖ ବ୍ୟକ୍ତିଙ୍କ ଘର ରହିଛି । ତେଣୁ ସଚିବାଳୟରେ ଚିତାବାଘ ପଶିବା ନେଇ  ସ୍ଥାନୀୟ ଅଂଚଳରେ ଆତଙ୍କ ଖେଳିଯାଇଛି ।  ତେବେ ସଚିବାଳୟକୁ କେଉଁଆଡେ ପଶିଲା ଚିତାବାଘ ତାହା ସ୍ପଷ୍ଟ ହୋଇନାହିଁ । ଗାନ୍ଧିନଗରକୁ ଲାଗି ସାବରମତୀ ନଦୀ ଥିବାକୁ ନଦୀ କୂଳେ କୂଳେ ଚିତାବାଘ ଆସି ସଚିବାଳୟରେ ପଶିଥିବା ସନ୍ଦେହ କରାଯାଉଛି ।

ଗୁଜରାଟ ବିଧାନସଭାରେ ୧୫୩ଟି ସିସିଟିଭି ଲାଗିଛି । ଏହ ସିସିଟିଭି ଗତକାଲି ରାତି ଗୋଟାଏ ୫୩ ମିନିଟର ବୋଲି ଜଣାପଡୁଛି । ଆଠଘଂଟାଜ୍ଲେ ବି ଚିତାବାଘକୁ ଧରାଯାଇପାରିନାହିଁ । ସଚିବାଳୟରେ କାମ ବନ୍ଦ କରିଦିଆଯାଇଛି । ବିଧାନସଭା ପରିସରକୁ କାହାରିକୁ ଛଡାଯ୍ଧମନାହିଁ । ସହରର ସବୁଠାରୁ ସୁରକ୍ଷିତ ଅଂଚଳରେ ଚିତାବାଘ ପଶିଥିବାକୁ ସମସ୍ତଙ୍କ ଚିନ୍ତା ବଢିଯାଇଛି ।