ଡିଏନ୍ ଗ୍ରୁପରେ ଆଇଟି ରେଡ୍ । ବିରୋଧୀଙ୍କ ଅଭିଯୋଗ, ବିଜେଡିର ଜବାବ । ଲେନିନ୍ କହିଲେ ବିଜେପି ବିଳିବିଳାଇବା କିଛି ନୂଆ କଥା ନୁହେଁ ।

ଡିଏନ୍ ଗ୍ରୁପରେ ଆଇଟି ରେଡ୍ । ବିରୋଧୀଙ୍କ ଅଭିଯୋଗ, ବିଜେଡିର ଜବାବ । ଲେନିନ୍ କହିଲେ ବିଜେପି ବିଳିବିଳାଇବା କିଛି ନୂଆ କଥା ନୁହେଁ ।

କନକ ବ୍ୟୁରୋ : ଡିଏନ ଗ୍ରୁପ୍ ଉପରେ ଆଇଟି ରେଡ୍ ନେଇ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି । ବିରୋଧୀ ବିଜେପି ଓ କଂଗ୍ରେସ ଜବତ ହୋଇଥିବା ଟଙ୍କା କାହାର ବୋଲି ପ୍ରଶ୍ନ କରିବା ସହ ଶାସକ ଦଳ ଆଡକୁ ଅଙ୍ଗୁଳି ଉଠାଇଛନ୍ତି । ଯାହାର ଜବାବ ରଖିଛି ବିଜେଡି । ଦଳର ମୁଖପାତ୍ର ଲେନିନ୍ ମହାନ୍ତି କହିଛନ୍ତି, ଓଡ଼ିଶା ବିଜେପି ବହୁତ ବିଳିବିଳାଉଛି । ସେମାନେ ଯେତେ ପାରୁଛନ୍ତି ବିଳି ବିଳାନ୍ତି କିନ୍ତୁ ତାହାର ପ୍ରତିକ୍ରିୟା ଆଦୌ ନାହିଁ ।

ଲେନିନ କହିଛନ୍ତି, ୫-ଟି ଶାସନରେ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ସ୍ୱଚ୍ଛତା । ଡିଏନ୍ ଗ୍ରୁପ୍ ଯଦି ଟିକସ ଫାଙ୍କିଛି ତାହେଲେ ଆଇଟି ରେଡ୍ ହେଉଛି ଏବଂ ଆଗକୁ ମଧ୍ୟ ହେବା ଦରକାର । ଆଇନ ତା ବାଟରେ ଯିବ ବୋଲି ମୁଖ୍ୟମନ୍ତ୍ରୀ ସବୁବେଳେ କହିଛନ୍ତି । କିନ୍ତୁ ବିଜେପିର ଦିବାସ୍ୱପ୍ନ ଓ ବିଳିବିଳେଇବା କିଛି ନୂଆ କଥା ନୁହେଁ । ସେମାନେ ଜାଣିଛନ୍ତି ସେମାନଙ୍କର କିଛି ସ୍ଥିତି ନାହିଁ, ସେଥିପାଇଁ ବିଳିବିଳାଉଛନ୍ତି । ସେହିଭଳି ବିଜେଡି ବିଧାୟକ ଭାଗିରଥୀ ସେଠୀ କହିଛନ୍ତି, ବିଜେପି ଓ କଂଗ୍ରେସ ସଂପୂର୍ଣ୍ଣ ମିଥ୍ୟା କଥା କହୁଛନ୍ତି । ଆଇନ ତା ବାଟରେ ଯିବ । ବିଜେଡି ଇଙ୍ଗିତରେ କୌଣସି କାମ ହେଉନାହିଁ ।ଆଇଟି ରେଡ୍ ଯଦି ହଉଛି ତେବେ ହେଉ, ଏଥିରେ ବିଜେଡିର କିଛି ଯାଏ ଆସେ ନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe