କନକ ବ୍ୟୁରୋ: ଆସନ୍ତା ୯ ତାରିଖରୁ ଆରମ୍ଭ ହେଉଛି ଜି-୨୦ ସମ୍ମିଳନୀ । ଏଥିପାଇଁ ଦିଲ୍ଲୀରେ ପହଞ୍ଚୁଛନ୍ତି ବିଦେଶୀ ନେତା । ଆଜି ପହଂଚିଛନ୍ତି ମରିସସ୍ ପ୍ରଧାନମନ୍ତ୍ରୀ ପ୍ରବୀନ୍ଦ ଜଗନ୍ନାଥ । ଦିଲ୍ଲୀରେ ପହଂଚିବା ପରେ କେନ୍ଦ୍ରମନ୍ତ୍ରୀ ତାଙ୍କୁ ସ୍ୱାଗତ କରିଥିଲେ । ମରିସସ୍ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ପାରମ୍ପରିକ ନୃତ୍ୟ ପରିବେଷଣ କରାଯାଇଥିଲା ।

Advertisment

ଏହାସହ ଜି-୨୦ ଶିଖର ସମ୍ମିଳନୀ ପାଇଁ କଡ଼ା ସୁରକ୍ଷା ବଳୟରେ ରାଜଧାନୀ ଦିଲ୍ଲୀ । ସୁରକ୍ଷା ପାଇଁ ୧ ଲକ୍ଷ ୩୦ ହଜାର ଯବାନ ମୁତୟନ ହେବେ । ୫୦ ହଜାର ପୋଲିସ, ଏନ୍ଏସଜି, ସିଆରପିଏଫ୍, ସିଏପିଏଫର ୮୦ ହଜାର ଯବାନ ସୁରକ୍ଷା ଦାୟିତ୍ୱରେ ରହିବେ । ଜି-୨୦ ସମ୍ମିଳନୀ ପୂର୍ବରୁ ମକଡ୍ରିିଲ କରାଯାଇଛି ।