କନକ ବ୍ୟୁରୋ : ହାଇକୋର୍ଟରେ ମାମଲା ଶୁଶାଣିର ସିଧା ପ୍ରସାରଣ ଆରମ୍ଭ ହୋଇଛି । ହେଲେ ଏହାକୁ ବିରୋଧ କରୁଛି ହାଇକୋର୍ଟ ବାର ଆସୋସିଏସନ । ଆଇନଜୀବୀମାନେ ସିଧାପ୍ରସାରଣକୁ ବିରୋଧ କରି ମୁଖ୍ୟ ବିଚାରପତିଙ୍କ କୋର୍ଟକୁ ବର୍ଜନ କରଛନ୍ତି । ହାଇକୋର୍ଟ ଅଫ ଓଡ଼ିଶା ଲାଇଭ ଷ୍ଟ୍ରିମିଂ ଅଫ କୋର୍ଟ ପ୍ରୋସଡିଂ ରୁଲ୍ସ ୨୦୨୧କୁ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି ଆଇନଜୀବୀ ।

Advertisment

ଓଡ଼ିଶା ହାଇକୋର୍ଟର ଶୁଣାଣିକୁ ଲାଇଭ ଷ୍ଟ୍ରିମିଂ କରିବା ପାଇଁ ସ୍ୱତନ୍ତ୍ର ନିୟମାବଳୀ ପ୍ରଣୟନ କରାଯାଇଛି । ତେବେ ମାମଲା ଶୁଣାଣି ପ୍ରକ୍ରିୟାର ଲାଇଭ ଷ୍ଟ୍ରିମିଂ ବା ସିଧା ପ୍ରସାରଣ କରିବେ ହାଇକୋର୍ଟଙ୍କ ଦ୍ୱାରା ଅନୁମତିପ୍ରାପ୍ତ ବ୍ୟକ୍ତି । ସିଧାପ୍ରସାରଣର ୱେବ ଲିଙ୍କ ହାଇକୋର୍ଟଙ୍କ ୱେବସାଇଟରେ ଏବଂ ସଂପୃକ୍ତ ଖଣ୍ଡପୀଠଙ୍କ କଜ୍ ଲିଷ୍ଟରେ ପ୍ରକାଶ ପାଇବ । କିନ୍ତୁ ପାରିବାରିକ ବିବାଦ, ଶିଶୁ ଓ ବାଳ ଅପରାଧ ସଂପର୍କିତ ମାମଲା, ପକ୍ସୋ ଆଇନ ଓ ଜୁଭେନାଇଲ ଜଷ୍ଟିସ ଆକ୍ଟ ସଂକ୍ରାନ୍ତୀୟ ମାମଲାର ସିଧା ପ୍ରସାରଣ ହୋଇପାରିବ ନାହିଁ ବୋଲି କୋର୍ଟ କହିଛନ୍ତି । ଜାତୀୟ ସୁରକ୍ଷା ସଂପର୍କିତ ମାମଲାକୁ ମଧ୍ୟ ଏଥିରୁ ବାଦ ଦିଆଯାଇଛି ।