ଆଧାର କାର୍ଡ ବିନା ବ୍ୟାଙ୍କରେ ଖୋଲି ହେବ ଖାତା । ଏହି ୫ଟି ପ୍ରମାଣପତ୍ର ଦେଇ ଗ୍ରାହକ ଖୋଲିପାରିବେ ଖାତା

ଆଧାର କାର୍ଡ ବିନା ବ୍ୟାଙ୍କରେ ଖୋଲି ହେବା ଖାତା

273

କନକ ବ୍ୟୁରୋ : ଆଧାର କାର୍ଡ ସମ୍ପର୍କରେ ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ଆସିବା ପରେ ସାରା ଦେଶରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ସୁପ୍ରିମ କୋର୍ଟ ଦେଇଥିବା ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ପାଇଁ ସରକାର ମଧ୍ୟ ଅଣ୍ଟା ଭିଡିଛନ୍ତି । ତେବେ ଜନସାଧାରଣ ମାନେ ନିଜ ଆଧାର କାର୍ଡ ନମ୍ବରକୁ ସବୁ ସ୍ଥାନରେ ବ୍ୟବହାର ନକଲେ ମଧ୍ୟ ଚଳିବ । ତେବେ ମିଳିଥିବା ସୂଚନା ଅନୁସାରେ ବ୍ୟାଙ୍କ KYC ପାଇଁ ଆଧାର କାର୍ଡ ବଦଳରେ ଅନ୍ୟ ପ୍ରମାଣ ପତ୍ର ମାଗିପାରିବ ବୋଲି ଜଣାପଡିଛି ।

 

ତେବେ ଏ ସମ୍ପର୍କରେ ବ୍ୟାଙ୍କ ପକ୍ଷରୁ ସୂଚନା ଦିଆଯାଇଛି ଯେ, ଆଧାର କାର୍ଡକୁ ଛାଡି ଅନ୍ୟ ପ୍ରମାଣ ପତ୍ର ଦେଲେ ଚଳିବ । କାରଣ ଏନେଇ ଦେଶର ସମସ୍ତ ବ୍ୟାଙ୍କକୁ ରିଜର୍ଭ ବ୍ୟାଙ୍କ ସୂଚନା ଦେଇଛି । ତେବେ ଆପଣ ଆଧାର କାର୍ଡ ବଦଳରେ ପାସପୋର୍ଟ, ଡ୍ରାଇଭିଂ ଲାଇସେନ୍ସ. ଭୋଟର ଆଇକାର୍ଡ, ପାନ କାର୍ଡ କିମ୍ବା ରାଷ୍ଟ୍ରୀୟ ରୋଜଗାର ନିଶ୍ଚିତ ଯୋଜନା କାର୍ଡ ଦେଇ ପାରିବେ ବୋଲି ସୂଚନା ମିଳିଛି । ତେବେ ପୂର୍ବରୁ ବ୍ୟାଙ୍କରେ ଆକାଉଣ୍ଟ ଖୋଲିବା ପାଇଁ ହେଲେ ଏହି ସବୁ ପ୍ରମାଣପତ୍ର ସହ ଆଧାର କାର୍ଡ ଦେବା ପାଇଁ ବାଧ୍ୟତାମୂଳକ ଥିଲା ।

 

ଏହାସହ ବିଜୁଳି ବିଲ କିମ୍ବା ରାସର୍ନ କାର୍ଡ ମଧ୍ୟ ବ୍ୟାଙ୍କରେ ଉପଭୋକ୍ତା ପୈଠ କରୁଥିଲେ । ତେବେ ଆଧାର କାର୍ଡ ନଥିଲେ ଯଦିଓ ବ୍ୟାଙ୍କରେ ଖାତା ଖୋଲାଯାଇ ପାରୁଥିଲା ହେଲେ KYC ପାଇଁ ଆଧାର କାର୍ଡ ଆବଶ୍ୟକ ଥିଲା । ଏହାସହ ବ୍ୟାଙ୍କ ପକ୍ଷରୁ କୁହାଯାଇଛି ଯେ, ଆମକୁ ରିଜର୍ଭ ବ୍ୟାଙ୍କ ଯାହା ନିର୍ଦ୍ଦେଶ ଦେଉଛି ବା ଯାହା ଗାଇଡଲାଇନ ଜାରି କରୁଛି ସେହି ଅନୁସାରେ ଆମେ କାମ କରୁଛୁ ।

ତେଣୁ ଗତ କିଛି ଦିନ ତଳେ ଆଧାର କାର୍ଡକୁ ନେଇ ସୁପ୍ରିମ କୋର୍ଟ ଦେଇଥିବା ରାୟକୁ ବିଚାର କରି ଉପଭୋକ୍ତା ଆଧାର କାର୍ଡ ବଦଳରେ ଏହି ସମସ୍ତ ପ୍ରମାଣ ପତ୍ର ବ୍ୟାଙ୍କରେ ଦାଖଲ କରିପାରିବେ ବୋଲି ସୂଚନା ମିଳିଛି । ତେବେ ଯଦି କୌଣସି ବ୍ୟକ୍ତି ଆଧାର କାର୍ଡ ନିଜ ଆକାଉଣ୍ଟ ସହ ଲିଙ୍କ କରିବା ପାଇଁ ଆଗ୍ରହ ପ୍ରକାଶ କରୁନାହାନ୍ତି । ସେହି ଗ୍ରାହକଙ୍କୁ ଆଧାର କାର୍ଡ ଲିଙ୍କ ପାଇଁ ବାଧ୍ୟ ମଧ୍ୟ କରାଯାଇପାରିବ ନାହିଁ ବୋଲି ଜଣାପଡିଛି ।