ପ୍ରଖ୍ୟାତ କଣ୍ଠଶିଳ୍ପୀ ଲତା ମଙ୍ଗେଶକର କରୋନା ପଜିଟିଭ୍, ବ୍ରିଚ୍ କାଣ୍ଡି ହସ୍ପିଟାଲରେ ଭର୍ତ୍ତି

186

କନକ ବ୍ୟୁରୋ : ପ୍ରଖ୍ୟାତ ଗାୟୀକା ଲତା ମଙ୍ଗେଶକର କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଛନ୍ତି । ୯୨ ବର୍ଷିୟ ଏହି ଗାୟିକା କରୋନା ସଂକ୍ରମିତ ହେବା ପରେ ତାଙ୍କୁ ବ୍ରିଚ କାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏନେଇ ତାଙ୍କର ଜଣେ ସଂପର୍କୀୟ ସୂଚନା ଦେଇଛନ୍ତି ।

ଅନ୍ୟପଟେ ପ୍ରଶଂସକଙ୍କ ପାଇଁ ଭଲ ଖବର କି ଲତାଙ୍କ ଶରୀରରେ କରୋନାର କମ୍ ଲକ୍ଷଣ ଦେଖିବାକୁ ମିଳିଛି ଓ ତାଙ୍କୁ ଆଇସିୟୁରେ ରଖା ଯାଇଛି । ଡାକ୍ତରଙ୍କ କହିବା କଥା କି ଲତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ହେଉଛି । ଏହି ଖବର ପ୍ରଚାରିତ ହେବା ପରେ ପୁରା ବଲିଉଡ ଲତାଙ୍କ ଆଶୁ ଆରୋଗ୍ୟ କାମନା କରିଛି ।

ଦେଶରେ ବଢୁଥିବା କରୋନା ସଂକ୍ରମଣ ମୁମ୍ବାଇରେ ସବୁଠାରୁ ଅଧିକ ରହିଛି । ଗତ ୨୪ ଘଂଟା ମଧ୍ୟରେ ମୁମ୍ବାଇରେ ୧୩,୬୪୮ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୫ ଜଣଙ୍କର ମୃତ୍ୟୁ ହୋଇଛି । ଏହି କ୍ରମରେ ବଲିଉଡ ଓ ଟେଲିଭିଜନ ଜଗତ ସହ କାମ କରୁଥିବା ଅନେକ କଳାକାର କରୋନାରେ ସଂକ୍ରମିତ ହୋଇଥିବା ବେଳେ ଅନେକ ସୁସ୍ଥ ହୋଇ ସାରିଛନ୍ତି ।

୨୮ ସେପ୍ଟେମ୍ବର ୧୯୨୯ ରେ ଜନ୍ମ ହୋଇଥିବା କୋକିଳ କଣ୍ଠୀ ଲତା ମଙ୍ଗେଶକର କେବଳ ଭାରତରେ ନୁହେଁ ବରଂ ସାରା ବିଶ୍ୱରେ ନିଜର ସ୍ୱରର ଯାଦୁ ପାଇଁ ପରିଚିତ । ଏନେଇ ଲତା ତାଙ୍କ ଜୀବନ କାଳରେ ଅନେକ ପୁରସ୍କାରରେ ପୁରସ୍କୃତ ହୋଇଛନ୍ତି । ଏହାସହ ତାଙ୍କର ନାମ ଗିନୀଜ ବୁକ୍ ଅଫ ରେକର୍ଡରେ ବି ସ୍ଥାନ ପାଇଛି ।