କନକ ବ୍ୟୁରୋ : କେମିତି ହେଲା ବଡି ବିଲଡରଙ୍କ ମୃତ୍ୟୁ ? ମୃୃତ୍ୟୁ ପୂର୍ବର ଶେଷ ଭିଡିଓ ବଢ଼ାଉଛି ରହସ୍ୟ । ତାଙ୍କ ଜୀବନ ପ୍ରତି ବିପଦ ଥିବା ଇନଷ୍ଟାଗ୍ରାମରେ ଭିଡିଓ କରି କହିଛନ୍ତି ବଡି ବିଲଡର । ତାଙ୍କ ନିଜ ବାପା ସତ୍ୟ ନାରାୟଣ ବିଶ୍ୱାଳ ଓ ବଡ଼ ଭାଇ ସ୍ମୃତି ରଞ୍ଜନ ବିଶ୍ୱାଳ ଏବଂ ଜଣେ ଘରୋଇ ବ୍ୟାଙ୍କ ଅଧିକାରୀ ତାଙ୍କୁ ମାରିବାକୁ ଚେଷ୍ଟା କରୁଛନ୍ତି ବୋଲି ଭିଡିଓରେ ବଡି ବିଲଡର କହିଛନ୍ତି ।

Advertisment

ବାଲିପାଟଣା ଥାନା ଅଧିନ ଭାକରସାହି ଗାଁରେ ରଶ୍ମି ରଞ୍ଜନଙ୍କ ମୃତ୍ୟୁ ହୋଇଛି । ରଶ୍ମି ରଞ୍ଜନ ବେକରେ ଗାମୁଛା ଲଗାଇ ଶୁକ୍ରବାର ସକାଳେ ଆତ୍ମହତ୍ୟା କରିଥିବା ପରିବାର ଲୋକ କହିଛନ୍ତି । ହେଲେ ଘଟଣା ସମ୍ପର୍କରେ ପୁଲିସକୁ ନଜଣାଇ ମୃତଦେହକୁ ପୋଡ଼ି ଦେଇଛନ୍ତି । କ’ଣ ପାଇଁ ପୁଲିସକୁ ରଶ୍ମି ରଞ୍ଜନଙ୍କ ପରିବାର ଆତ୍ମହତ୍ୟା ବାବଦରେ ଜଣାଇଲେନି, ତାହା ସନ୍ଦେହକୁ ବଢ଼ାଇ ଦେଉଛି । ଖବର ପାଇବା ପରେ ପୋଲିସ ଅନୁସନ୍ଧାନ ଚଳାଇଛି ।