କନକ ବ୍ୟୁରୋ : କୁଖ୍ୟାତ ମାଫିଆ ବ୍ରଦର୍ସ ଅତିକ ଓ ଅଶରଫ ଅହମ୍ମଦର ଶେଷକୃତ୍ୟ ଶେଷ ହୋଇଛି । କସାରି ମସାରିଠାରେ ଥିବା ଶ୍ମଶାନରେ ଉଭୟଙ୍କୁ ସମାଧି ଦିଆଯାଇଛି । ଅତିକର ଶେଷକୃତ୍ୟ ସମୟରେ ତା’ର ଦୁଇ ନାବାଳକ ପୁଅ ଅହଜାନ ଓ ଅବାନ ଉପସ୍ଥିତ ଥିଲେ । ଅନ୍ୟପଟେ ଅଶରଫର ପତ୍ନୀ ଓ ତା’ର ଦୁଇ ଝିଅ ମଧ୍ୟ ଉପସ୍ଥିତ ଥିଲେ ।

Advertisment

ଏସଆରଏନ୍ ହସ୍ପିଟାଲରେ ପୋଷ୍ଟମର୍ଟମ ପରେ ଅତିକ ଓ ଅଶରଫର ମୃତଦେହକୁ ସେମାନଙ୍କ ପରିବାରକୁ ହସ୍ତାନ୍ତର କରାଯାଇଥିଲା । ସେଠାରୁ ପରିବାର ଲୋକେ ବ୍ୟାପକ ପୋଲିସ ସୁରକ୍ଷା ସହ ଅତିକ ଓ ଅଶରଫର ମୃତହେହକୁ ସମାଧି ଦେବା ପାଇଁ ଶ୍ମଶାନକୁ ନେଇଥିଲେ । ଶ୍ମଶାନର ଚାରିପଟେ ଆଏଏଏଫ୍ ସୁରକ୍ଷାକର୍ମୀ ଜମି ରହିଥିଲେ । ତେବେ ଗଣମାଧ୍ୟମକୁ ଶଶ୍ମାନ ଭିତରକୁ ବାରଣ କରାଯାଇଥିଲା ।

ଅତିକକୁ ତା’ର ବାପା ହାଜି ଫିରୋଜ ଅହମ୍ମଦ ଓ ମା’ଙ୍କ କବର ପାଖରେ ସମାଧି ଦିଆଯାଇଥିଲା । ଗତ ଏପ୍ରିଲ ୧୫ ତାରିଖ ସକାଳ ୯ଟାରେ ଅତିକର ତୃତୀୟ ପୁଅ ଅସଦକୁ ମଧ୍ୟ ସେହି ସ୍ଥାନରେ ସମାଧି ଦିଆଯାଇଥିଲା । ଏଠାରେ ଏବେ ଅତିକ ଓ ତା’ର ଭାଇ ଅଶରଫକୁ ସମାଧି ଦିଆଯାଇଛି । ସେପଟେ ପୋଲିସ ଏବେବି ଅତିକର ପତ୍ନୀ ସାଇସ୍ତାକୁ ଅପେକ୍ଷା କରି ରହିଛି । କାରଣ ସାଇସ୍ତା ବର୍ତ୍ତମାନ ଫେରାର ଅଛି ।