ସହିଦଙ୍କୁ ଶେଷ ସଲାମ୍ : ସମ୍ପୂର୍ଣ୍ଣ ରାଷ୍ଟ୍ରିୟ ମର୍ଯ୍ୟାଦା ସହ ଯବାନ ବିକ୍ରମ ସିଂହଙ୍କୁ ଅନ୍ତିମ ବିଦାୟ

27

କନକ ବ୍ୟୁରୋ : ସହିଦଙ୍କୁ ଶେଷ ଶ୍ରଦ୍ଧାଂଜଳୀ । ସହିଦ ଜବାନ ବିକ୍ରମ ସିଂହଙ୍କୁ ସେନା ପକ୍ଷରୁ ଶେଷ ଶ୍ରଦ୍ଧାଂଜଳୀ ଦିଆଯାଇଛି । ଜାମ୍ମୁ କାଶ୍ମିରର ଗୁରେଜ ସେକ୍ଟରରେ ଆତଙ୍କିଗୁଳିରେ ସହିଦ ହୋଇଥିବା ଯବାନ ବିକ୍ରମ ସିଂହଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଶେଷ ଶ୍ରଦ୍ଧାଂଜଳୀ ଦିଆଯାଇଛି । ସେହିପରି ସହିଦ ଯବାନ ମେଜର କୌସ୍ତୁଭଙ୍କ ମର ଶରୀର ମୁମ୍ବାଇ ସ୍ଥିତ ମିରା ରୋଡ଼ରେ ତାଙ୍କ ନିଜସ୍ୱ ବାସଭବନକୁ ନିଆଯାଇଥିଲା । ଏହାପରେ ତାଙ୍କ ପାର୍ଥିବ ଶରୀରକୁ ଏକ ବିରାଟ ଶୋଭାଯାତ୍ରାରେ ନିଆଯାଇ ଅନ୍ତିମ ସଂସ୍କାର କରାଯାଇଛି । ସେପଟେ ଉତରାଖଣ୍ଡର ରିଶିକେଶରେ ସହିଦ ଯବାନ ଜୟେନ୍ଦ୍ର ପୋଖରିଆଲଙ୍କ ମର ଶରୀର ତାଙ୍କ ବାସଭବନ ପହଂଚିଥିଲା । ସହିଦଙ୍କ ପାର୍ଥିବ ଶରୀର ପଂହଚିବା ପରେ ପରିବାର ଓ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଥିଲା । ଶତାଧିକ ଲୋକ ସହିଦ ଯବାନଙ୍କ ଶ୍ରଦ୍ଧାଞ୍ଜଳୀ ଦେବା ପରେ ତାଙ୍କୁ ବିରାଟ ଶୋଭାଯାତ୍ରାରେ ନିଆଯାଇଥିଲା । ସେଠାରେ ରାଷ୍ଟ୍ରିୟ ମର୍ଯ୍ୟାଦା ସହ ସହିଦଙ୍କ ଅନ୍ତିମ ସଂସ୍କାର କରାଯାଇଛି ।

ସେପଟେ ଜାମ୍ମୁ କାଶ୍ମୀରର ବାରମୁଲାରେ ସେକ୍ଟରରେ ସେନାର ଏନକାଉଂଟର । ଏହି ଏନକାଉଂଟରରେ ପୁଣି ଜଣେ ଆତଙ୍କବାଦୀ ନିହତ ହୋଇଛନ୍ତି । ତେବେ ଏହି ଏନକାଉଂଟର ପରେ ଆତଙ୍କବାଦୀଙ୍କ ମୃତ ସଂଖ୍ୟା ୫କୁ ବୃଦ୍ଧି ପାଇଛି । ବୁଧବାର ଦିନ ସୁରକ୍ଷାକର୍ମୀ ଓ ଆତଙ୍କୀଙ୍କୁ ଗୁଳି ବିନିମୟରେ ୪ଜଣ ଆତଙ୍କବାଦୀ ନିହତ ହୋଇଥିଲେ । ସେପଟେ ଏହି କାଉଂଟରରେ ଜଣେ ମେଜର ଓ ୩ଯବାନ ସହୀଦ ହୋଇଥିଲେ । ସୂଚନା ଅନୁଯାୟୀ ଗୁଇନ୍ଦା ବିଭାଗ ଖବର ଅନୁଯାୟୀ ବାରମୁଳାରେ ଜଣେ ଆତଙ୍କବାଦୀ ଲୁଚି ରହିଥିବା ନେଇ ସେନା ସର୍ଚ୍ଚ ଅପରେସନ୍ ଜାରି ରଖିଥିଲା । ପରେ ସେନା ଗୁଳିରେ ଆଉ ଜଣେ ଆତଙ୍କି ନିହତ ହୋଇଥବା ବେଳେ ଏବେ ବି ସ୍ଥାନୀୟ ଅଂଚଳରେ ସର୍ଚ୍ଚ ଅପରେସନ୍ ଜାରି ରହିଛି ।