ରାଜଧାନୀରୁ ଆଜି ଆଉ ୧୦୯ ପଜିଟିଭ୍‌, ୧୩୪ ସୁସ୍ଥ: କ୍ୱାରେଣ୍ଟାଇନରୁ ୬୦ ଓ ସ୍ଥାନୀୟ ଅଞ୍ଚଳରୁ ୪୯ ଜଣ ଆକ୍ରାନ୍ତ ଚିହ୍ନଟ; ଭୁବନେଶ୍ୱରରେ ସଂକ୍ରମିତଙ୍କ ସଂଖ୍ୟା ୪୧୭୧କୁ ବୃଦ୍ଧି

250

କନକ ବ୍ୟୁରୋ: ଭୁବନେଶ୍ୱରରେ କରୋନାର ବିସ୍ଫୋରକ ସ୍ଥିତି । ରାଜଧାନୀରେ ଆଜି ଆଉ ୧୦୯ କରୋନା ରୋଗୀ ଚିହ୍ନଟ ହୋଇଥିବା ନେଇ ଟ୍ୱିଟ କରି ସୂଚନା ଦେଲା ଭୁବନେଶ୍ୱର ମୁନିସପାଲ କର୍ପୋରେସନ । ତେବେ ଆଜି ଖୋର୍ଧା ଜିଲ୍ଲାରେ ଚିହ୍ନଟ ହୋଇଥିବା ୨୧୮ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୦୯ ସଂକ୍ରମିତ ହେଉଛନ୍ତି ଭୁବନେଶ୍ୱରର । ସେପଟେ ଆଜି କୋଭିଡ୍ ମହାମାରୀକୁ ମାତ୍ ଦେଇ ଘରକୁ ସୁସ୍ଥ ହୋଇ ଫେରିଛନ୍ତି ୧୩୪ ଜଣ କରୋନା ଆକ୍ରାନ୍ତ । ତେବେ ରାଜଧାନୀରୁ ୧୦୯ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୬୦ ଜଣ କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୪୯ ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମଣ। ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି।

ବିଏମ୍‌ସି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆଜି ପୁରୁଣା ଭୁବନେଶ୍ୱର ରାମେଶ୍ୱରପାଟଣାରୁ ୪ ଜଣ, ୟୁନିଟ-୮, ନୂଆ ଫରେଷ୍ଟ ପାର୍କରୁ ୪ ଜଣ, ୨ଟି ଘରୋଇ ହସ୍‌ପିଟାଲରୁ ୩-୩ ଜଣ, ସୁନ୍ଦରପଦା, ଗଙ୍ଗନଗର, ଚନ୍ଦ୍ରଶେଖରପୁର, ରୁ ୩ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। କେନ୍ଦ୍ର ସରକାରଙ୍କ ଏକ ହସ୍‌ପିଟାଲ, ପାଇକନଗର ବସ୍ତି, ରସୁଲଗଡ଼, ଜୟଦେବ ବିହାର, ଡେଲଟା ଛକ, ସାଲିଆ ସାହିରୁ ୨ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।