କନକ ବ୍ୟୁରୋ: ପାଖାପାଖି ୨ ଶହ କୋଟି ବର୍ଷ ତଳେ ଉଲକାପିଣ୍ଡ ମାଡରେ ପୃଥିବୀ ପୃଷ୍ଠରୁ ଡାଇନେସୋର୍ ଯୁଗର ଅନ୍ତ ହୋଇଥିଲା । କୁହାଯାଏ, ଏହି ବିଶାଳ ଉଲକାପିଣ୍ଡ ପୃଥିବୀ ଉପରେ ପଡିଥିବା ସବୁଠୁ ବଡ ଉଲକାପିଣ୍ଡ ଥିଲା । ହେଲେ ବର୍ତ୍ତମାନ ମିଳିଥିବା ତଥ୍ୟ କିନ୍ତୁ ଆପଣଙ୍କୁ ଆଶ୍ଚଯ୍ୟ କରିବ । ଡାଇନେସୋର ଯୁଗର ଅନ୍ତ କରିଥିବା ଉଲକାପିଣ୍ଡ ପୃଥିବୀ ଉପରେ ପଡିଥିବା ସବୁଠୁ ବଡ ଉଲକାପିଣ୍ଡ ନଥିଲା ।

Advertisment

ଡାଇନେସୋର ଯୁଗର ଅନ୍ତ କରିଥିବା ଉଲକାପିଣ୍ଡ ମାଡରେ ପୃଥିବୀ ପୃଷ୍ଠରେ ଯେଉଁ ଗଭୀର ଗର୍ତ୍ତ ସୃଷ୍ଟି ହୋଇଥିଲା ତାକୁ ‘ଚିକ୍ସୁଲବ କ୍ରେଟର’ କୁହାଯାଏ । ଏହାର ବ୍ୟାସ ପାଖାପାଖି ୧୮୦ କିଲୋମିଟର ଅଟେ । ସେତେବେଳେ ଏହି ଉଲକାପିଣ୍ଡର ମାଡରେ ପୃଥିବୀ ପୃଷ୍ଠରେ ଗଭୀର ଆଘାତ ଲାଗିବା ସହିତ ଡାଇନେସୋର ଯୁଗର ଅନ୍ତ ଘଟିଥିଲା । ହେଲେ ବର୍ତ୍ତମାନ ଜୋହାନ୍ସବର୍ଗର ଦକ୍ଷିଣ ପଶ୍ଚିମ ଦିଗରେ ଥିବା ବ୍ରେଡଫୋର୍ଟ କ୍ରେଟର ଏହାଠାରୁ ବହୁତ ବଡ ଥିଲା ବୋଲି ତଥ୍ୟ ସାମ୍ନାକୁ ଆସିଛି ।publive-image

ବର୍ତ୍ତମାନ ସମୟରେ ଜୋହାନ୍ସବର୍ଗରେ ଥିବା ବ୍ରେଡଫୋର୍ଟ କ୍ରେଟରର ବ୍ୟାସ ହେଉଛି ୧୫୯ କିଲୋମିଟର । ପୃଥିବୀ ପୃଷ୍ଠରେ ଦୃଶ୍ୟମାନ ହେଉଥିବା କ୍ରେଟରମାନଙ୍କ ଭିତରେ ଏହା ହେଉଛି ସବୁଠୁ ବଡ । ହେଲେ ପ୍ରକୃତରେ କିନ୍ତୁ ଏହାର ବ୍ୟାସ ଆହୁରି ଅଧିକ ଥିଲା ବୋଲି ରିପୋର୍ଟ ପ୍ରକାଶ ପାଇଛି । ବୈଜ୍ଞାନିକଙ୍କ କହିବା କଥା, ପାଖାପାଖି ୨ ଶହ କୋଟି ବର୍ଷ ତଳେ ଏହି ଗର୍ତ୍ତ ସୃଷ୍ଟି ହୋଇଥିଲା । ସମୟ ବିତିବା ସହିତ ଏହାର ବ୍ୟାସ ଧୀରେ ଧୀରେ କମିଯାଇଛି । ଯେତେବେଳେ ଏହି ଉଲକାପିଣ୍ଡ ପୃଥିବୀ ପୃଷ୍ଠରେ ପଡିଲା, ସେତେବେଳେ ଏହାର ପ୍ରଭାବରେ ପାଖାପାଖି ୨୫୦ରୁ ୨୮୦ କିଲୋମିଟରର ବିରାଟ ଗର୍ତ୍ତ ସୃଷ୍ଟି ହୋଇଥିଲା । ଯାହାକି ଏବେ କମିଯାଇ ୧୫୯ କିଲୋମିଟରରେ ପହଞ୍ଚିଛି ।publive-image

ତେବେ ସେତେବେଳେ ଉଲକାପିଣ୍ଡ ମାଡରେ ପୃଥିବୀ ପୃଷ୍ଠରେ ମଧ୍ୟ ଗଭୀର ପ୍ରଭାବ ପଡିଥିଲା । ପୂର୍ବରୁ ବୈଜ୍ଞାନିକଙ୍କ ଅନୁମାନ କରୁଥିଲେ ଯେ, ଏହି ଉଲକାପିଣ୍ଡର ଆକାର ଥିଲା ପ୍ରାୟ ୧୫ କିଲୋମିଟର । ୫୩ ହଜାର ୯୦୦ କିଲୋମିଟର ସ୍ପିଡରେ ଏହା ପୃଥିବୀ ପୃଷ୍ଠରେ ମାଡ ହେଇଥିଲା । ହେଲେ ଜର୍ଣ୍ଣାଲ ଅଫ୍ ଜିୟୋଫିଜକଲ ରିସର୍ଚ୍ଚରେ ପ୍ରକାଶିତ ରିପୋର୍ଟ ମୁତାବକ, ଏହି ଉଲକାପିଣ୍ଡର ଆକାର ୧୫ କିଲୋମିଟର ନୁହେଁ ବରଂ ୨୦ରୁ ୨୫ କିଲୋମିଟର ଥିଲା । ତା ସହିତ ପାଖାପାଖି ୯୦ ହଜାର କିଲୋମିଟର ପ୍ରତି ଘଣ୍ଟା ବେଗରେ ଆସି ଏହା ପୃଥିବୀ ସହ ଧକ୍କା ଦେଇଥିଲା ।publive-image

ଏତେ ବଡ ଉଲକାପିଣ୍ଡର ମାଡରେ ବଡ ଧରଣର ବିସ୍ଫୋରଣ ହୋଇଥିଲା । ଜଙ୍ଗଲରେ ନିଆଁ ଲାଗିବା ସହିତ ଏସିଡ ବର୍ଷା ଓ ସମୁଦ୍ରରେ ସୁନାମୀ ଆସିଥିଲା । ଏହି ସୁନାମୀର ଆକାର ଏତେ ବଡ ଥିଲା ଯେ, ପାଖାପାଖି ଅଧାରୁ ଅଧିକ ପୃଥିବୀ ପାଣିରେ ବୁଡିଯାଇଥିଲା । ଖାଲି ସେତିକି ନୁହେଁ, ଏହି ଉଲକାପିଣ୍ଡର ମାଡରେ ୭୫ ପ୍ରତିଶତ ଜୀବନ ନାଶ ହୋଇଥିଲା ।