ଇମ୍ପାଲରେ ବଡ ଧରଣର ଭୁସ୍କଳନ: ମାଟି ଅତଡା ତଳେ ଦବିଲା ୧୦୭ ସେନା ଶିବିର

293

କନକ ବ୍ୟୁରୋ: ମଣିପୁର ନୋନୀ ଜିଲ୍ଲା ଜେରିବାମ-ଇମ୍ପାଲ ରେଳ ଲାଇନ ନିକଟରେ ବଡ ଧରଣର ଭୁସ୍କଳନ ହୋଇଛି । ଫଳରେ ଏଠାରେ ଥିବା ଟେରିଟୋରିଆଲ ଆର୍ମି କ୍ୟାମ୍ପର ମାଟିରେ ମିଶିବା ଫଳରେ ୭ଜଣ ଯବାନଙ୍କ ମୃତ୍ୟୁ ହୋଇଛି । ମାଟି ଅତଡା ତଳେ ଫଶି ରହିଥିବା ଜବାନଙ୍କୁ ଉଦ୍ଧାର କରାଯାଉଛି । ଏବେ ସୁଦ୍ଧା ୧୫ଜଣ ଜବାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତି କରାଯାଇଛି । କ୍ୟାମ୍ପରେ ୧୦୭ଜଣ ପ୍ରାଦେଶିକ ସେନା ଥିବା ଜଣାପଡିଛି । ଜେରିବାମ-ଇମ୍ପାଲ ନିର୍ମାଣଧୀଦ ରେଳ ଲାଇନର ସୁରକ୍ଷା ଲାଗି ୧୦୭ଜଣ ପ୍ରାଦେଶିକ ସେନାକୁ ନିୁଯକ୍ତି କରାଯାଇଥଲା । ଭୁସ୍କଳନ ଖବର ମିଳିବା ପରେ ଭାରତୀୟ ସେନା ଓ ଆସାମ ରାଇଫଲ ପକ୍ଷରୁ ବଡ ଧରଣ ଉଦ୍ଧାର କାର୍ଯ୍ୟ କରୁଛି । ଆହତ ଯବାନମାନଙ୍କୁ ନିକଟସ୍ଥ ଆର୍ମି ମେଡିକାଲ ୟୁୁନିଟରେ ଭର୍ତି କରାଯାଇଛି । ଖରାପ ପାଣିପାଗ ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ହେଉଛି । ମଣିପୁର ମୁଖ୍ୟମନ୍ତ୍ରୀ ବିରେନ ସିଂ ଘଟଣାସ୍ଥଳରେ ପହଁଚି ସ୍ଥିିତି ସମୀକ୍ଷା କରିଛନ୍ତି ।