କନକ ବ୍ୟୁରୋ: ମାଲାକାନଗରି କୋରୁକୋଣ୍ଡା ବ୍ଲକ ବାୟାପଡ଼ା ଘାଟିରେ ଭୂସ୍ଖଳନ । ଲଗାଣ ବର୍ଷାରେ ଧସିଲା ପାହାଡ଼ । ୨ଦିନ ହେବ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ରହିଛି ୧୮ଟି ଗାଁ । ଆଦିମ ଦିଦାୟୀ ସଂପ୍ରଦାୟର ୧୮ ଖଣ୍ଡ ଗାଁର ଲୋକ ଏବେ ସଂପୂର୍ଣ୍ଣ ଭାବେ ବିଚ୍ଛିନ୍ନ ଅବସ୍ଥାରେ ଅଛନ୍ତି । ଘାଟି ପାଖରେ ରହିଥିବା ରାସ୍ତା ଅତ୍ୟନ୍ତ ବିପଦସଂକୁଳ ଭାବେ ପାର ହେଉଛନ୍ତି ଲୋକେ । ଖବର ପାଇବା ପରେ ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ମରାମତି କାମ । ଗତ ୩ବର୍ଷ ଧରି ଏହି ରାସ୍ତା ନିର୍ମାଣ କାମ ଚାଲିଥିବା ବେଳେ ଏବେବି ସଂପୂର୍ଣ୍ଣ ହୋଇପାରନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ ।