କନକ ବ୍ୟୁରୋ: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଆରମ୍ଭ ହେବା ପରେ ବି ଏଠି ଜମି ମାଫିଆଙ୍କ ପ୍ରାଦୁର୍ଭାବ କମିନାହିଁ । ହନୁମାନଗଢିର ୯୫ ବର୍ଷିୟ ମହନ୍ତ ମାଫିଆଙ୍କ ଶିକାର ହୋଇ ଗତ ୧୦ ବର୍ଷ ହେବ କୋର୍ଟର ଚକ୍କର କାଟୁଛନ୍ତି । ଜମି ମାଫିଆ ମହନ୍ତଙ୍କ କୋଟି କୋଟି ଟଙ୍କା ଜମି ହଡପ କରିନେବା ପରେ ନ୍ୟାୟ ପାଇଁ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ମଠ ମହନ୍ତ ।

Advertisment

ସୂଚନା ମୁତାବକ, ହନୁମାନଗଢୀର ୯୫ ବର୍ଷିୟ ମହନ୍ତ ଯୁଗଳ ବିହାରୀ ଦାସଙ୍କର ସାଢେ ୪ ଏକର ଜାଗା ଥିଲା । ହେଲେ ଜମି ମାଫିଆ ତାଙ୍କୁ ମୃତ ବୋଲି ଘୋଷଣା କରି ତାଙ୍କର କୋଟି କୋଟି ଟଙ୍କାର ଜମି ହଡପ କରିନେଲେ । ପାଟି ଖୋଲିଲେ ତାଙ୍କୁ ପିସ୍ତଲ ମୁହଁରେ ଧମକାଉଥିଲେ । ନ୍ୟାୟ ପାଇବାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କଠାରୁ ଆରମ୍ଭ କରି କୋର୍ଟର ଦ୍ୱାରସ୍ଥ ହେଲେଣି ମହନ୍ତ । ହେଲେ ଏଯାଏଁ ତାଙ୍କୁ ନ୍ୟାୟ ମିଳିନାହିଁ