କନକ ବ୍ୟୁରୋ : ବିହାରର ପାଟନା ଠାରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନେତୃତ୍ୱରେ ୧୫ଟି ବିରୋଧୀଦଳର ନେତାମାନେ ଆଗାମୀ ଲୋକସଭା ନିର୍ବାଚନକୁ ନେଇ ଏକ ମହାବୈଠକ କରିଛନ୍ତି । ଏହି ବୈଠକରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ଯୋଗ ଦେଇଥିଲେ । ଏହି ଅବସରରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ରାହୁଲ ଗାନ୍ଧୀଙ୍କୁ କିଛି ମଜାଳିଆ ଢଙ୍ଗରେ ବିବାହ କରିବାକୁ ପରାମର୍ଶ ଦେଇଥିଲେ । ଲାଲୁ କହିଛନ୍ତି କି, ରାହୁଲ ଗାନ୍ଧୀ ଏପର୍ଯ୍ୟନ୍ତ ବାହା ହୋଇ ନାହାଁନ୍ତି କିନ୍ତୁ ସେ ବାହା ହୋଇଯିବା ଦରକାର । ଏବେ ବି ସମୟ କିଛି ଗଡିଯାଇ ନାହିଁ । ରାହୁଲ ଗାନ୍ଧୀ ତୁମେ ତୁରନ୍ତ ବାହା ହୋଇଯାଅ ଓ ଆମେ ତୁମ ବାହାଘରରେ ବରଯାତ୍ରୀ ହୋଇଯିବୁ । ଏହାସହ ସେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ଯାତ୍ରାକୁ ପ୍ରଶଂସା ମଧ୍ୟ କରିଛନ୍ତି । ଏହାସହ ଲୋକସଭାରେ ରାହୁଲ ଗାନ୍ଧୀ ଯେଭଳି ଭାବେ ଆଦାନୀ ପ୍ରସଙ୍ଗ ଉଠାଇଲେ ତାହା ଦେଶହିତରେ ବୋଲି ସେ କହିଥିଲେ ।

Advertisment

ଲାଲୁ ଏତିକି କହିବା ବେଳେ ନୀତିଶ କୁମାର ଲାଲୁଙ୍କୁ ରାହୁଲ ଗାନ୍ଧୀଙ୍କ ଦାଢୀ ବାବଦରେ ଇଶାରା ଦେଇଥିଲେ । ଏନେଇ ଲାଲୁ କହିଥିଲେ କି, ଭାରତ ଯୋଡ ଯାତ୍ରାବେଳେ ରାହୁଲ ଗାନ୍ଧୀଙ୍କ ଦାଢୀ ବହୁତ ବଡ ହୋଇଯାଇଥିଲା । ହେଲେ ଏବେ ସେ ମୋଦୀଙ୍କ ଭଳି ଦାଢୀ ନରଖି ଦାଢୀ ଛୋଟ କରନ୍ତୁ ବୋଲି ଲାଲୁ ରାହୁଲଙ୍କୁ ପରାମର୍ଶ ଦେଇଥିଲେ । ଏହାସହ ରାହୁଲ ଗାନ୍ଧୀ ବାହା ହେବାକୁ ରାଜି ହେଉନଥିବା କଥା ସୋନିଆ ଗାନ୍ଧୀ ଲାଲୁଙ୍କୁ କହିଥିବା କଥା ସେ କହିଥିଲେ । ଏହାସହ ତୁରନ୍ତ ବିବାହ କରିବାକୁ ସେ ରାହୁଲଙ୍କୁ ପରାମର୍ଶ ଦେଇଥିଲେ ।