ବାର୍ଡ ଫ୍ଲୁ ଆତଙ୍କ । ସାଧାରଣ ଲୋକଙ୍କ ପାଇଁ ବନ୍ଦ ହେଲା ଲାଲକିଲ୍ଲା

165

କନକ ବ୍ୟୁରୋ: ସାଧାରଣ ଲୋକଙ୍କ ପାଇଁ ବନ୍ଦ ହେଲା ଲାଲକିଲ୍ଲା । ଦିଲ୍ଲୀ ସେଣ୍ଟ୍ରାଲର ଜିଲ୍ଲାପାଳ ଅନିଶ୍ଚିତ କାଳ ପାଇଁ ଲାଲକିଲ୍ଲାକୁ ବନ୍ଦ ଘୋଷଣା କରିଛନ୍ତି । ସ୍ଥାନୀୟ ଅଞ୍ଚଳରେ ବାର୍ଡ ଫ୍ଲୁ ଆତଙ୍କ ଦେଖାଦେଇଥିବା ହେତୁ ପ୍ରଶାସନ ଏଭଳ ନିଷ୍ପତ୍ତି ନେଇଛି ।

କିଛି ଦିନ ତଳେ ଏଠାରେ କିଛି କାଉ ଏବଂ ବତକ ମରି ପଡିଥିବା ଦେଖିବାକୁ ମିଳିଥିଲା । ଏହାପରେ ସେମାନଙ୍କ ଯାଞ୍ଚ କରାଯାଇଥିଲା । ଯାହାର ରିପୋର୍ଟରେ ବାର୍ଡ ଫ୍ଲୁର ଭୂତାଣୁ ଥିବା ଜଣାପଡିଛି । ଏହାପରେ ଲାଲକିଲ୍ଲା ନିକଟବର୍ତ୍ତୀ ଅଞ୍ଚଳକୁ ବାହାର ଲୋକଙ୍କୁ ଯିବା ପାଇଁ ମନା ହୋଇଛି । ଅନ୍ୟପଟେ ଲାଲକିଲ୍ଲାକୁ ଏବେ ପର୍ଯ୍ୟଟକଙ୍କ ସଂଖ୍ୟା ବଢୁଥିବାରୁ ଏହା ଉପରେ ମଧ୍ୟ କଟକଣା ଜାରି କରାଯାଇଛି । ସାଧାରଣ ଲୋକଙ୍କ ପାଇଁ ଏବେ ଲାଲକିଲ୍ଲା ବନ୍ଦ ହୋଇଛି ।