ଦୃଷ୍ଟିବାଧିତଙ୍କୁ ବିବାହ କରି ଉଦାହରଣ ପାଲଟିଲେ ଲକ୍ଷ୍ମୀ। ବୈଦିକ ରୀତିରେ ଦୋମୁହାଣୀର ମିଟୁଙ୍କୁ ସାତ ଜନ୍ମ ପାଇଁ କଲେ ସାଥୀ।

194

କନକ ବ୍ୟୁରୋ: ଶଙ୍ଖ ହୁଳୁହୁଳିରୁ କମ୍ପୁଛି ପରିବେଶ । ବୈଦିକ ରୀତିରେ ଚାଲିଛି ବାହାଘର । ଜଣେ ଦୃଷ୍ଟିବାଧିତଙ୍କୁ ବିବାହ କରିଛନ୍ତି ଭଞ୍ଜନଗର ରାଇଗୋଚ୍ଛାର ଲକ୍ଷ୍ମୀ ଗøଡ । ଲକ୍ଷ୍ମୀଙ୍କର ନିଜର ବୋଲି କେହିନାହିଁ । ହେଲେ ଦୃଷ୍ଟି ଶକ୍ତି ହରାଇଥିବା ଦୋମୁହାଣୀର ମିଟୁ ଗୌଡଙ୍କୁ ଅପାଣାଇଛନ୍ତି । ମିଟୁ ମଧ୍ୟ ଲକ୍ଷ୍ମୀଙ୍କର ସମସ୍ତ ଦାୟିତ୍ୱ ନେବାକୁ ଆଗଭର ହୋଇ ବାହାରିଛନ୍ତି । ଲକ୍ଷ୍ମୀଙ୍କ ସମସ୍ତ ଦାୟିତ୍ୱ ନେବାକୁ ସେ ଯେମିତି ସଙ୍କଳ୍ପବଦ୍ଧ ହୋଇଛନ୍ତି ।

ମିଟୁ ପିଲାବେଳରୁ ଦୃଷ୍ଟି ଶକ୍ତି ହରାଇଛନ୍ତି । ହେଲେ ନିଜକୁ କେବେ ବି ଦୁର୍ବଳ ଭାବିନାହାନ୍ତି । ପରିବାର କହିଲେ ନିଜ ବଡ ଭାଇଙ୍କ ସହ ରୁହନ୍ତି ମିଟୁ । ଆଉ ଭାଇର ସହାୟତାରେ ନିଜ ଗୋଡରେ ନିଜେ ଛିଡା ହୋଇଛନ୍ତି । କାହାପାଖରେ ହାତ ନପାତି ପରିବାର ଗୁଜୁରାଣ ମେଣ୍ଟାଉଛନ୍ତି । ଏବେ ସମ୍ପର୍କରେ ଆଉ ଏକ ଫର୍ଦ୍ଦ ଯୋଡି ହୋଇଗଲା ପରେ ବେଶ ଖୁସି ଅଛନ୍ତି ମିଟୁ । ଲକ୍ଷ୍ମୀ ଓ ମିଟୁଙ୍କ ସହମ୍ମତିରେ ବେଶ ଧୁମଧାମରେ ବିବାହ ସମ୍ପନ୍ନ ହୋଇଛି । ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇ ସାତଜନ୍ମର ଯୋଡିଛନ୍ତି ସମ୍ପର୍କ ।