ନେତା, ପ୍ରଯୋଜକଙ୍କୁ ବ୍ଲାକମେଲିଂ ଅଭିଯୋଗ : ଯୁବତୀ ଗିରଫ; ଫେସବୁକରେ ପ୍ରେମ ପରେ ଅନ୍ତରଙ୍ଗ ମୁହୁର୍ତ୍ତର ଭିଡିଓ କରି କରୁଥିଲେ ବ୍ଲାକମେଲିଂ

432

କନକ ବ୍ୟୁରୋ : ରାଜନେତା ଓ ଫିଲ୍ମ ପ୍ରଯୋଜକଙ୍କୁ ବ୍ଲାକମେଲିଂ କରୁଥିବା ଅଭିଯୋଗରେ ଭୁବନେଶ୍ୱରର ସୁନ୍ଦରୀ ଯୁବତୀଙ୍କୁ ପୁଲିସ ଗିରଫ କରିଛି । ଫେସବୁକରେ ପ୍ରଥମେ ବନ୍ଧୁତା, ପରେ ବନ୍ଧୁତା ବଢାଇ ପ୍ରେମାଳାପ କରୁଥିଲେ । ଏହାପରେ ଘରକୁ ନିମନ୍ତ୍ରଣ କରି ଅନ୍ତରଙ୍ଗ ମୁହୁର୍ତ୍ତର ଭିଡିଓ ସମ୍ପୃକ୍ତ ଯୁବତୀ ଉତ୍ତୋଳନ କରୁଥିଲେ । ସେହି ଭିଡିଓକୁ ଦେଖାଇ ବ୍ଲାକମେଲିଂ କରି ମୋଟା ଅଙ୍କର ଅର୍ଥ ଆଦାୟ କରୁଥିବା ଅଭିଯୋଗ ହୋଇଛି ।

ଏନେଇ ଖଣ୍ଡଗିରି ଥାନାରେ ଅଭିଯୋଗ ହେବା ପରେ ସମ୍ପୃକ୍ତ ସୁନ୍ଦରୀ ଯୁବତୀଙ୍କୁ କମିଶନରେଟ ପୁଲିସ ଗିରଫ କରିଛି । ପୁଲିସ ସୂଚନା ଅନୁସାରେ ଯୁବତୀ ଜଣକ ନେତା, ପୂର୍ବତନ ମନ୍ତ୍ରୀ, ବ୍ୟବସାୟୀଙ୍କୁ ଫେସବୁକରେ ଫ୍ରେଣ୍ଡ ରିକ୍ୱେଷ୍ଟ ପଠାଉଥିଲେ । ସୋସିଆଲ ମିଡିଆରେ ବନ୍ଧୁତା ହେବା ପରେ ଫୋନ ନମ୍ବର ମାଗି କଥା ହେଉଥିଲେ । ଆଉ ଯିଏ ତା ଫାଶରେ ପଡୁଥିଲେ, ତା ସହ ଅନ୍ତରଙ୍ଗ ମୁହୁର୍ତ୍ତର ଭିଡିଓ ଉଠାଇ ବ୍ଲାକମେଲିଂ କରୁଥିବା ଅଭିଯୋଗ ଯୁବତୀଙ୍କ ନାଁରେ ରହିଛି ।