କୋର୍ଟରେ ହାଜର ହେବେ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ : ରିମାଣ୍ଡରେ ନେଇ ଖୋଳତାଡ କରିବ ଇଡି

85

କନକ ବ୍ୟୁରୋ : ଅର୍ଚ୍ଚନାଙ୍କ ଆୟର ଉତ୍ସ ଏବଂ କୋଟିପତି ହେବା ପଛର ଗୁମର ଫିଟାଇବ ଇଡି । ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଆଜି କୋର୍ଟରେ ହାଜର ହେବେ । ଏହାପରେ ଇଡି ଅର୍ଚ୍ଚାନଙ୍କୁ ରିମାଣ୍ଡରେ ନେବାକୁ ଆବେଦନ କରିବ । ହନିଟ୍ରାପ ମାମଲାରେ ଅନେକ ବଡ ବଡିଆଙ୍କୁ ଇଡି ଜେରା କରିସାରିଛି । ତେଣୁ ଏବେ ଅର୍ଚ୍ଚନାଙ୍କ ପାଳି ପଡିଛି । ଅର୍ଚ୍ଚନା ନାଗ ଇଡି ଅଫିସରେ ହାଜର ହେବେ ତେଣୁ ଦୁଇ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ଏଥିସହ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

ଆର୍ଥିକ କାରବାରର ଖିଅ ଖୋଜୁଥିବା ଇଡି ଅର୍ଚ୍ଚନାଙ୍କୁ ରିମାଣ୍ଡରେ ନେଇ ଜେରା କରିବା ସହିତ ଅନେକ କିଛି ଗୁମର ଫିଟାଇବାକୁ ଲକ୍ଷ୍ୟ ରଖିଛି । ଅର୍ଚ୍ଚନା କିଭଳି କୋଟିପତି ହେଲେ, ଦାମୀ କାର ପାଇଁ ନଗଦ କାରବାର ପଛର ରହସ୍ୟ ଆଦିକୁ ନେଇ ଇଡି ଆଜି ଜେରା କରିବ । ସବୁଠାରୁ ବଡ କଥା ହେଲା ଏତେ କମ୍ ସମୟରେ ଅର୍ଚ୍ଚନା କିଭଳି କୋଟିପତି ହେଲେ ଏବଂ ତାଙ୍କ ଆୟର ଉତ୍ସ କଣ ରହିଛି । ଏବେ ସୁଦ୍ଧା ଇଡି ୯ ଜଣଙ୍କୁ ଜେରା କରି ସାରିଛି । ଆଗକୁ ଆହୁରି ୬ ଜଣଙ୍କୁ ଇଡି ଜେରା କରିବ ବୋଲି ସୂଚନା ରହିଛି । ସେପଟେ କମିଶନରେଟ ପୋଲିସ ମଧ୍ୟ ଇ-ମେଲ ଯୋଗେ ଇଡିକୁ କିଛି ତଥ୍ୟ ଦେଇଛି । ପୋଲିସ କଣ ସବୁ ଡକ୍ୟୁମେଣ୍ଟ ଜବତ କରିଛି ତାର ତଥ୍ୟ ଦେଇଥିବା ସୂଚନା ରହିଛି ।