ରାଜଧାନୀରେ ଅକ୍ସିମିଟରର ଅଭାବ । ଦୋକାନୀ କହିଲେ, ୨-୩ ଟି ବଦଳରେ ବିକ୍ରିହେଉଛି ୨ ଶହ ଅକ୍ସିମିଟର । ସେପଟେ ରେମଡେଜିଭିର ଔଷଧର ବି ଅଭାବ ।

374

କନକ ବ୍ୟୁରୋ: ହଠାତ ବଜାରରେ ବଢିଯାଇଛି ଅକ୍ସିମିଟରର ଚାହିଦା । କରୋନା କାଳରେ ଏହାକୁ କିଣିବାକୁ ଲୋକେ ଅଧିକ ଆଗ୍ରହ ପ୍ରକାଶ କରିଥିଲେ ବି ବଜାରରେ କିନ୍ତୁ ଷ୍ଟକ ନାହିଁ । ଜଣେ ଦୋକାନୀ କହିଛନ୍ତି, ପୂର୍ବରୁ ଦିନକୁ କାଁ ଭାଁ ୨-୩ଟି ଅକ୍ସିମିଟର ବ୍ରିକି ହେଉଥିଲା ଏବେ ଦିନକୁ ଶହେରୁ ୨ ଶହ ଲୋକେ ଅକ୍ସିମିଟର କିଣିବାକୁ ଔଷଧ ଦୋକାନକୁ ଆସୁଛନ୍ତି । ଫଳରେ ଦର ବଢିଯାଇଛି । ମୁଖ୍ୟତଃ ଦିଲ୍ଲୀ ଓ ମହାରାଷ୍ଟ୍ରରୁ ରାଜ୍ୟକୁ ଅକ୍ସିମିଟର ଆମଦାନୀ ହୁଏ । କିନ୍ତୁ ସେଠାରେଏହାର ଚାହିଦା ଅଧିକ ଥିବାରୁ ଭୁବନେଶ୍ୱରରେ ଏହା ପର୍ଯ୍ୟାପ୍ତ ପରିମାଣରେ ଆସିପାରୁନାହିଁ ।

ଅକ୍ସିମିଟର ଭଳି ରାଜ୍ୟରେ ରେମଡ଼ିସିଭରର ବି ଅଭାବ ରହିଛି । ଔଷଧ ଦୋକାନରେ ବି ଏହା ମିଳୁନାହିଁ । ଡ୍ରଗ୍ସ କଂଟ୍ରୋଲରଙ୍କ କହିବା ଅନୁସାରେ, କେନ୍ଦ୍ର ସରକାର ନିଜେ ଏହାର ବିତରଣ କରୁଛନ୍ତି । ଏହାର ବହୁତ ଅବଶ୍ୟକତା ରହୁଛି । ଏପ୍ରିଲ ୨୧ରୁ ୩୦ ଯାଏଁ ଆମକୁ ୨୧ ହଜାର ଭାଏଲ ଦେବାକୁ କେନ୍ଦ୍ର କହିଛି । ପ୍ରତିଦିନ କିଛି କିଛି ରେମଡିସିଭର ଆସୁଛି । ଗତକାଲି ରାଜ୍ୟରେ ରେମଡ଼ିସିଭିର ୨ହଜାର ଭାଏଲ ଆବଶ୍ୟକତା ଥିଲା । ହେଲେ ଗତକାଲି ମାତ୍ର ୯୨ ଭାଏଲ ମିଳିଛି ।

ରେମଡିସିଭର ସରକାରୀ ହସ୍ପିଟାଲକୁ ରାଜ୍ୟ ଔଷଧ ନିଗମ ଦେଉଛି । ହେଲେ, ଘରୋଇ ମେଡିସିନ ଦୋକାନ ଏହା ରଖି ପାରିବେ ନାହିଁ । ଆଉ ଘରୋଇ ମେଡିସିନ ଦୋକାନରେ ଏହା ନ ମିଳିବାରୁ ରୋଗୀଙ୍କ ସମସ୍ୟାକୁ ବି ବଢାଇଦେଇଛି ।